ପ୍ରସବ ଯନ୍ତ୍ରଣା କମିନି . . . ତଥାପି ବେଡ ଉପରେ ପରୀକ୍ଷା ଦେଲେ ମହିଳା

ଇଥୋପିଆ: ଶିକ୍ଷାପାଇଁ ଲୋଡା ନଥାଏ ସ୍ଥାନ,କାଳ,ପାତ୍ର କାହିଁକି ନା ବିଦ୍ୟାର୍ଥୀଟିଏ ବୁଝେ ଶିକ୍ଷାର ମହତ୍ବ କେତେ । ଯଦି ମନରେ ଶିକ୍ଷା ପ୍ରତି ପ୍ରଗାଢ ଭଲ ପାଇବା ସୃଷ୍ଟି ହୁଏ ତେବେ ବିଦ୍ୟାର୍ଥୀଟିଏ ଏହାକୁ ହାସଲ କରିବାପାଇଁ କୌଣସି ସମୟକୁ ଅପେକ୍ଷା କରେନାହିଁ । ଯାହାର ଉଦାହାରଣ ଦେଖିବାକୁ ମିଳିଛି ଇଥୋପିଆର ୨୧ ବର୍ଷିୟା ଅଲ୍ମାଜ ଡେରେସିଙ୍କ ନିକଟରେ। କାରଣ ଅଲ୍ମାଜ ଏକ ସନ୍ତାନ ଜନ୍ମ ଦେବାର ଅଧାଘଣ୍ଟା ପରେ ବେଡ ଉପରେ ସ୍ନାତକ ପରୀକ୍ଷା ଦେଇଥିଲେ। ଯାହା ତାଙ୍କର ଶିକ୍ଷା ପ୍ରତି ଥିବା ଆଗ୍ରହକୁ ପ୍ରତିପାଦିତ କରୁଛି। ବାସ୍ତବରେ ଅଲ୍ମାଜ ଭାବିଥିଲେ ତାଙ୍କ ପରୀକ୍ଷା ପୁର୍ବରୁ ସେ ଡେଲିଭରୀ ହୋଇସାରିଥିବେ କିନ୍ତୁ ତାହା ହେଲା ନାହିଁ। ଯେହେତୁ ରମାଜାନର ପର୍ବଥିଲା ଏହି କାରଣରୁ ତାଙ୍କ ପରୀକ୍ଷାର ସମୟ ପରିବର୍ତ୍ତନ ହୋଇ ଜୁନ ୧୧ରୁ ଷ୍ଟାର୍ଟ ହୋଇଥିଲା। ଏହି ତାରିଖଟି ତାଙ୍କର ଡେଲିଭରୀ ସମୟର ପାଖାପାଖି ଥିଲା। ଆଉ ଦୁର୍ଭାଗ୍ୟ ବସତଃ ପରୀକ୍ଷାର କିଛି ଘଣ୍ଟା ପୁର୍ବରୁ ତାଙ୍କର ଗର୍ଭ ଜନ୍ତ୍ରଣା ଆରମ୍ଭ ହୋଇଥିଲା ଓ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମର ଅଧାଘଣ୍ଟା ପରେ ଯନ୍ତ୍ରଣା କମିନଥିଲେ ବି  ଅଲ୍ମାଜ ସେହି ବେଡ ଉପରେ ପରୀକ୍ଷା ଦେଇଥିଲେ ।

କୌଣସି କାରଣରେ ବି ପରୀକ୍ଷାକୁ ଛାଡିବାକୁ ଚାହୁଁନଥିଲେ ଅଲ୍ମାଜ

almaz derese

ଅଲ୍ମାଜ କହିଁଛନ୍ତି ଗର୍ଭବସ୍ଥା ସମୟରେ ତାଙ୍କୁ ପାଠପଢରେ କିଛି ବି ଅସୁବିଧା ହେଉନଥିଲା ଓ ଗ୍ରାଜୁଏସନ ପରୀକ୍ଷା ପାଇଁ ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ଚାହୁଁନଥିଲେ। ଖାସ ଏଥିପାଇଁ ସେ ଡେଲିଭରିର ଅଧାଘଣ୍ଟା ପରେ ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ। ଅଲ୍ମାଜଙ୍କ ସ୍ବାମୀ କହିଛନ୍ତି, ତାଙ୍କ ସ୍ତ୍ରୀ ହସ୍ପିଟାଲରେ ପରୀକ୍ଷା ଦେବା ପାଇଁ କଲେଜକୁ ଅନୁରୋଧ କରାଯାଇଥିଲା ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିଲେ। ଏହା ମଧ୍ୟ କହିଛନ୍ତି ଯେ,ତାଙ୍କ ସ୍ତ୍ରୀ ପାଠ ପଢାକୁ ନେଇ ବହୁତ ଚିନ୍ତିତ ଥିଲେ ହେଲେ ଅନେକ ପ୍ରତିବନ୍ଧକ ସତ୍ତ୍ବେ ଆଜି ସେ ଏହାକୁ ସଫଳ ଭାବେ ସାଧିତ କରିପାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.