LACରେ ପୁଣି ଉତ୍ତେଜନା: ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ

କେନ୍ଯୁଜ୍ : LACରେ ପୁଣି ଉତ୍ତେଜନା । ଚୀନ ସେନା ଉପରେ ପୁଣି ଭାରି ପଡିଛି ଭାରତୀୟ ସେନା । PLAକୁ ମୁହଁତୋଡ ଜବାବ ଦେଇଛି ଭାରତ । ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବାରୁ ଗୁଳି ବିନିମୟ ହୋଇଛି । ଭାରତ ଓ ଚୀନ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ଅଧରେ ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ଚୀନ । ଏହାକୁ ନେଇ ପୂର୍ବ ଲଦାଖର ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି ।

ମସ୍କୋରେ ରାଜନାଥ ସିଂ ଓ ଚୀନ ପ୍ରତିପକ୍ଷ ଆଲୋଚନାର ଦୁଇ ଦିନ ନପୂରୁଣୁ ସୀମା ପୁଣି ଅଶାନ୍ତ । ପ୍ରଥମେ ଭାରତ ଭିତରକୁ ପଶି ଚୀନ ଗୁଳି ବର୍ଷା କରିଥିବା ସୂଚନା ମିଳିଛି । ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା । ତେବେ ଏଥିରେ ମୃତାହତର କୌଣସି ସୂଚନା ନାହିଁ । ଅନ୍ୟପଟେ ଭାରତକୁ ବଦନାମ କରିବାକୁ ଚୀନର ହୀନ ଚକ୍ରାନ୍ତ ସାମନାକୁ ଆସିଛି ।

ind vs chainaପିଏଲଏ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନା ପକ୍ଷରୁ ଉସକାଇବା ଭଳି ଉଦ୍ୟମ କରାଯାଇଥିଲା । ଏହାର ପାଲଟା ଜବାବ ଦେଇଛି ଚୀନ ସେନା । ପିଏଲଏ ୱେଷ୍ଟର୍ଣ୍ଣ କମାଣ୍ଡର ମୁଖପାତ୍ର କର୍ଣ୍ଣେଲ ଝାଙ୍ଗ ସୁଇଲି କହିଛନ୍ତି ଯେ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଏଲଏସିକୁ ଅତିକ୍ରମ କରିଥିଲେ ଭାରତୀୟ ସେନା । ଗତ ୪ ତାରିଖରେ ସେନା ମୁଖ୍ୟ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.