କ୍ଷୀର ପିଉଥିବା ଲୋକଙ୍କ ପାଇଁ ଖୁସି ଖବର ! ଏଣିକି ପାଇବେନି ଭେଜାଲ କ୍ଷୀର

ଏଣିକି କ୍ଷୀର ଓ କ୍ଷୀର ଜାତ ଉତ୍ପାଦନ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ କଡ଼ା ନିୟମ ପାଳନ କରିବାକୁ ପଡିବ । ଏଥିପାଇଁ ଫୁଡ ସେଫଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଗାଇଡଲାଇନ ଜାରି କରିଛି । ପୂର୍ବ ବର୍ଷ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଥିଲା କି, ଯେଉଁ କ୍ଷୀର ବଜାରରେ ବିକ୍ରି ହେଉଛି ସେଥିରେ ୬୮.୭ ପ୍ରତିଶତ କ୍ଷୀର ଓ କ୍ଷୀରଜାତ ସାମଗ୍ରୀକୁୁ ଭେଜାଲ କରାଯାଉଛି । ଏସବୁ FSSAI ଦ୍ୱାରା ମାନ ପରୀକ୍ଷଣ ହୋଇ ଆସୁନାହିଁ । ଏହି ଭେଜାଲ ଉତ୍ପାଦନ ବିଶେଷ ଭାବେ ଦେଶର ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ବହୁଳ ଭାବରେ ହେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଜଣାପଡ଼ିଥିଲା ଯେ ଦେଶରେ ଚାଲୁଥିବା ପ୍ରାୟ ୬୯ ପ୍ରତିଶତ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ଏଫ୍‌ଏସ୍‌ଏସ୍‌ଏଆଇ ମାନ ପୂରଣ କରୁ ନାହିଁ ।

FSSAI_logo

ନୂଆ ନିୟମ

କ୍ଷୀର ଓ ଏଥିରୁ ତିଆରି ହେଉଥିବା ସାମଗ୍ରୀରେ ଭେଜାଲ ହେଉଥିବାରୁ ଚିନ୍ତିତ ହୋଇ FSSAI କିଛି ମାପଦଣ୍ଡ ତିଆରି କରିଛି ।
• ପ୍ରଦୂଷିତ ଅଞ୍ଚଳ ଠାରୁ କ୍ଷୀର କମ୍ପାନୀମାନେ ଦୂରରେ ଡାଏରୀ ଫାର୍ମ ଖୋଲିବେ ।
• କ୍ଷୀରର ପ୍ୟାକିଙ୍ଗ ଫୁଡ ଗ୍ରେନ୍‌ ମାଟେରିଆଲରେ ହୋଇପାରିବ ନାହିଁ ।
• କମ୍ପାନୀମାନଙ୍କୁ ପ୍ରମାଣ ଦେବାକୁ ହେବ ଯେ ଗାଈ କିମ୍ବା ମଇଁଷି ଖାଦ୍ୟରେ ଅଧିକତମ କୀଟନାଶକର ବ୍ୟବହାର କରାଯାଇନାହିଁ ।

ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଥିଲା, କ୍ଷୀର ପ୍ୟାକିଙ୍ଗ ସମୟରେ ସ୍ୱଚ୍ଛତା ପ୍ରତି ଧ୍ୟାନ ରଖାଯାଉନାହିଁ । କ୍ଷୀରରେ ଡିଟରଜେଣ୍ଟ ମିଶା ଯାଉଥିବାର ଅଭିଯୋଗ ବହୁତ ଥର ସମ୍ନାକୁ ଆସିଛି । ଆଉ ଏହି ଭେଜାଲ କ୍ଷୀର ଲୋକଙ୍କ ଜୀବନ ନେଇ ପାରେ କିମ୍ବା ଅକର୍ମଣ୍ୟ କରିଦେବାର ଆଶଙ୍କା ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କହିବା କଥା ହେଲା ଯଦି ଏହି ଭେଜାଲ କାରବାର ବନ୍ଦ ନହୁଏ ତେବେ ୨୦୨୫ ସୁଦ୍ଧା ୮୭ ପ୍ରତିଶତ ଭାରତୀୟଙ୍କୁ କ୍ୟାନସର ଭଳି ପ୍ରାଣଘାତୀ ରୋଗ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ କ୍ଷୀର କମ୍ପାନୀମାନଙ୍କ ଉତ୍ପାଦିତ ସାମଗ୍ରୀର ଟିକିନିଖି ଯାଞ୍ଚ କରି ବଜାରକୁ ଛାଡିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.