ଦୁଇ ସମଲିଙ୍ଗୀ ପୁରୁଷଙ୍କ ପୋଷା କୁକୁରକୁ ହେଲା ମଙ୍କିପକ୍ସ! ପ୍ରଥମ ଥର ମଣିଷଠାରୁ ପଶୁକୁ ବ୍ୟାପିଲା ଭାଇରସ୍‌…

ମଙ୍କିପକ୍ସ ଭାଇରସ୍‌କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପ୍ରଥମ ଥର କୌଣସି ପଶୁ ଶରୀରରେ ଚିହ୍ନଟ ହୋଇଛି ମଙ୍କିପକ୍ସ ଭୂତାଣୁ। ଫାନ୍ସର ଜଣେ ଗବେଷକ ନିଜ ରିସର୍ଚ୍ଚରେ ଏକ ପୋଷା କୁକୁରଠାରେ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ କରିଛନ୍ତି। ଗବେଷକ ଦାବି କରିଛନ୍ତି ଯେ ଏହା ପ୍ରଥମ ମାମଲା ହୋଇପାରେ, ଯେଉଁଠି ମଣିଷଠାରୁ ପଶୁକୁ ଭାଇରସ୍‌ ବ୍ୟାପିଛି।

ରିପୋର୍ଟ ମୁତାବକ, ପ୍ୟାରିସ୍‌ର ସୋରବୋନ ବିଶ୍ୱବିଦ୍ୟାଳୟର ଏକ ଟିମ୍‌ ୨ ସମଲିଙ୍ଗୀ ପୁରୁଷଙ୍କଠାରେ ମଙ୍କିପକ୍ସ ଭାଇରସ୍‌ ଚିହ୍ନଟ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଚ୍‌ଆଇଭି ପଜିଟିଭ ଥିବା ବେଳେ ବୟସ ୪୪ ବର୍ଷ ଥିଲା। କିନ୍ତୁ ସେ ଏଚ୍‌ଆଇଭିର ଆଣ୍ଟିରେଟ୍ରୋଭାଇରାଲ ଔଷଧ ଖାଉଥିବା ଯୋଗୁ ତାଙ୍କ ଭାଇରସ୍‌ ଅନ୍‌ଡିକ୍ଟେଟେବଲ ରହିଛି। ସେଠି ଅନ୍ୟ ଜଣେ ପୁରୁଷ ଆଚ୍‌ଆଇଭି ନେଗେଟିଭ୍‌ ଥିବା ବେଳେ ତାଙ୍କ ବୟସ ଥିଲା ୨୭ ବର୍ଷ।

ସୂଚନା ମୁତାବକ, ମଙ୍କିପକ୍ସ ଲକ୍ଷଣ ଦେଖା ଯିବାର ୧୨ ଦିନ ପରେ ସେମାନଙ୍କ କୁକୁର ମଧ୍ୟ ଭାଇରସ୍‌ରେ ସଂକ୍ରମିତ ହୋଇଥିଲା। କୁକୁରଟି ହେଉଛି ଏକ ମେଲ୍‌ ଇଟାଲିୟନ ଗ୍ରେହାଉଣ୍ଡ, ଯାହାର ବୟସ ୪ ବର୍ଷ। ରିସର୍ଚ୍ଚ ଟିମ୍‌ ମୁତାବକ, ମଙ୍କିପକ୍ସ ପଜିଟିଭ ମିଳିଥିବା କୁକୁରକୁ ପୂର୍ବରୁ କୌଣସି ରୋଗ ନ ଥିଲା।

ଏହି ସମଲିଙ୍ଗୀ ପୁରୁଷ ଦ୍ୱୟ ଏକାଠି ଗୋଟିଏ ଘରେ ରହୁଥିଲେ। ନିଜ ପାର୍ଟନରଙ୍କ ସହିତ ସମ୍ବନ୍ଧ ରଖିବାର ୬ ଦିନ ପରେ ପ୍ରଥମେ ଜଣଙ୍କ ମଳଦ୍ୱାର ତ୍ୱଚାରେ ଘା’ ବାହାରିଥିଲା। ଏହାପରେ ଅନ୍ୟ ଜଣଙ୍କ ପିଠି ଓ ଗୋଡ଼ରେ ଲକ୍ଷଣ ଦେଖା ଯାଇଥିଲା। ରିପୋର୍ଟ ଅନୁସାରେ, ପୋଷା କୁକୁର ମଧ୍ୟ ଏହି ଦୁଇ ଜଣଙ୍କ ସହିତ ଶୋଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.