ଆଜି GST କାଉନସିଲ ବୈଠକ, ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି GST କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି GST କାଉନସିଲ ବୈଠକ ବସିବାକୁ ଯାଉଛି । ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା । ଭର୍ଚୁଆଲ ବୈଠକରେ ଯୋଗ ଦେବେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ । ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୧୮ରୁ ୪୫ ବର୍ଷ ବୟସ୍କ ନାଗରିକଙ୍କ ମାଗଣା ଟିକାକଣ ନିଷ୍ପତ୍ତି ନେଇସାରିଛନ୍ତ । ଏଥିପାଇଁ ନିଶ୍ଚିତ ଭାବେ ରାଜ୍ୟ ସରକାର ଅଧିକ ଆର୍ଥିକ ବୋଝ ବହନ କରିବେ । ତେଣୁ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରେ ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପ୍ରତିଷେଧକ ଟିକା ଉପରୁ GST ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ହେଲେ କେନ୍ଦ୍ର ଏଯାଏଁ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.