ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନୂଆ ସୂଚନା ଜାରୀ କରାଯାଇଛି । ଓଡ଼ିଶା, ଝାଡ଼ଖଣ୍ଡ, ବିହାର ସମେତ ଅନ୍ୟ କିଛି ସ୍ଥାନରେ ଜୋରରେ ବର୍ଷା ହେବାର ସମ୍ଭବନା ରହିଛି । ଆଜି ଅର୍ଥାତ ୬ ଅଗଷ୍ଟ ଶୁକ୍ରବାରରୁ ଏହି ବର୍ଷା ଆରମ୍ଭ ହେବ । ବର୍ଷାର ମାତ୍ରା ଅଧିକ ରହିବ । ଏହା ଆସନ୍ତା ସୋମବାର ବା ୯ ଅଗଷ୍ଟ ପର୍ଯ୍ୟନ୍ତ ଲାଗି ରହିବ । ଆଇଏମଡିର ରିପୋର୍ଟ ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରରେ ବ୍ୟାପକ ରୂପେ ଭାରି ବର୍ଷା ହେବ ।

ତେବେ ଏହାସହିତ ଦିଲ୍ଲୀ ଭଳି ଗରମ ହେଉଥିବା ସହର ମାନଙ୍କରେ ଏଥିପାଇଁ ଟିକେ ମାତ୍ରାରେ ଆଶ୍ୱସ୍ତି ମିଳିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତିତ ରାଜସ୍ଥାନ, ହରିଆଣା ଏବଂ ପଞ୍ଜାବରେ ଭଲ ବର୍ଷା ହେବାର ପାଣିପାଗ ବିଭାଗ ଅନୁମାନ କରିଛି ।

rainfalll
pc: the indian express

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବିହାର, ଝାଡଖଣ୍ଡ, ଆଭ୍ୟନ୍ତରୀଣ ଓଡ଼ିଶା, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ସ୍ଥାନରେ, ବିଦର୍ଭ, କୋଙ୍କଣ, ଗୋଆ, ତଟିୟ କର୍ଣ୍ଣାଟକ, କେରଳ, ଆଣ୍ଡାମନ ନିକୋବର, ଉତ୍ତର ପୂର୍ବ ଭାରତ, ଦିଲ୍ଲୀର କିଛି ଜାଗାରେ କମ କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.