ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ ସମେତ ୬ ଜଣ  ଅଡ଼ି କାରରେ ଏକ ପାର୍ଟିରୁ ଫେରୁଥିଲେ । ଫେରିବା ସମୟରେ ବେଙ୍ଗାଲୁରୁ କୋରାମଙ୍ଗଳା ୮ମ ବ୍ଲକର ଫୋରମ -କୋରାମଙ୍ଗଳା ପୋଲିସ ଷ୍ଟେସନ ରାସ୍ତାର ପିଟର ଇଂଲଣ୍ଡ ସୋ ରୁମ ସମ୍ମୁଖରେ ଡ୍ରାଇଭର ଭାରସ୍ଯାମ ହରାଇବାରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଗାଡି ଅଧିକ ବେଗରେ ଥିବାରୁ ଅତି ଭୟାନକ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ସିସି ଟିଭି ଫୁଟେଜରୁ ଜଣାପଡିଛି ଯେ ଗାଡିଟି ଅଧିକ ବେଗରେ ଯାଉଥିଲା । ତେବେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଖବର ଏକ ଶୋକକୁଳ ପରିସ୍ଥିତି ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.