‘ମୋ ସହିତ ପ୍ରତିଦିନ ହେଉଛି ଅସଦାଚରଣ ’ ଏଭଳି ଟ୍ଵିଟ୍‌ କଲେ ଦିଲ୍ଲୀ ନଗର ନିଗମର ଜଣେ ମହିଳା ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମରେ କାମ କରୁଥିବା ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ ସହିତ ପ୍ରତିଦିନ ଅଫିସରେ ଦୁର୍ବ୍ୟବହାର, ଅସଦାଚରଣ ହେଉଛି । ଏକଥା ସେ ଟ୍ଵିଟ୍ କରି ନିଜ ଦୁଃଖ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ସ୍ୱାତୀ ନାମକ ଜଣେ ମହିଳା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ଆଇଏଏସ୍ ଅଧିକାରୀ ବର୍ଷା ଯୋଶୀଙ୍କୁ ଟ୍ଵିଟ୍ କରି ଏକ ଘଟଣା ବିଷୟରେ ଜଣାଇଛନ୍ତି। ମହିଳା ଜଣକ କହିଛନ୍ତି, ପ୍ରତିଦିନ ସେ ଯେଉଁ ରାସ୍ତାରେ ଯାଉଛନ୍ତି ସେଠାରେ କିଛି ଲୋକ ବସି ହୁକ୍କା ପିଇବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ତେବେ କିପରି ଜଣେ ମହିଳା ସେହି ରାସ୍ତାର ଯିବା ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏହି ବିଷୟରେ ଅନେକ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

87

ଉତ୍ତର ଦିଲ୍ଲୀ ମହାନଗର ନିଗମର କମିଶନର୍‌ ଅଛନ୍ତି ବର୍ଷା । ତଣୁ ମହିଳା ଜଣକ ତାଙ୍କୁ ନିଜର ସମସ୍ୟା କଥା ଜଣାଇଥିଲେ । ହେଲେ ଏହି ଟ୍ଵିଟ୍‌ରେ ଉତ୍ତର ଦେଇ ଆଇଏଏସ୍ ଅଧିକାରୀ ବର୍ଷା ଯାହା ଲେଖିଛନ୍ତି ତାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟରେ ପଡ଼ିଯିବେ । ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ହୋଇ ବି ସେ ନିଜେ କେତେ ନିରୁପାୟ ଓ ବିବଶ । ବର୍ଷା ଲେଖିଛନ୍ତି, ‘ବାସ୍ତବରେ ପୋଲିସକୁ ଏହି ବିଷୟ ପ୍ରତି ଧ୍ୟାନ ଦେବା ଉଚିତ। ଉତ୍ତର ଭାରତର ମହିଳାମାନଙ୍କ ପାଇଁ ଏହା ସବୁଠାରୁ ବଡ ଚ୍ୟାଲେଞ୍ଜ। ଯାହାର ସାମ୍ନା ପ୍ରତିଦିନ ମହିଳାମାନେ କରୁଛନ୍ତି। ମୁଁ ମଧ୍ୟ ଏଥରୁ ବାଦ୍‌ ପଡ଼ିନାହିଁ । ଦୈନିକ ନିଜ ଅଫିସ ଚାମ୍ବରରେ ଏଭଳି ପରିସ୍ଥିତି ସାମନା କରୁଛି ବୋଲି ଆଇଏଏସ୍ ଅଧିକାରୀ ଜଣକ କହିଛନ୍ତି। ଏଥିରୁ ବଞ୍ଚିବାର ଉପାୟ କ’ଣ ? ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

567୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ବର୍ଷା ଯୋଶୀ ୨୦୧୮ ଡିସେମ୍ବରରୁ ଉତ୍ତର ଦିଲ୍ଲୀ ନିଗମର କମିଶନ୍‌ ନିଯୁକ୍ତ ହୋଇଛନ୍ତି । ଯଦି ଜଣେ ଆଇଏଏସ୍ ଅଧିକାରୀ ନିରାପଦ ନୁହନ୍ତି, ତେବେ ସାଧାରଣ ମହିଳା କ’ଣ ହେବେ ବୋଲି ବିରୋଧୀ ନେତା ସୁରଜିତ ପାଓ୍ଵାର କହିଛନ୍ତି। ଦିଲ୍ଲୀ ପୋଲିସକୁ ଏଥିପ୍ରତି ଧ୍ୟାନ ଦେବା ସହ ଆଇଏଏସ୍ଙ୍କ କାର୍ଯ୍ୟାଳୟରେ ସିସି ଟିଭି ଲଗାଇବାକୁ ସୁରଜିତ ଦାବି କରିଛନ୍ତି। ଏଇ ଘଟଣା ହିଁ ବୟାନ୍‌ କରୁଛି, ଆମ ସମାଜରେ ଏବେବି ନାରୀର ସମ୍ମାନ ଓ ସ୍ୱାଧୀନତା କେତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.