ଖୁସି ଖବର, ଦେଶରେ ୨୪ ଘଣ୍ଟାରେ କମିଛି କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ଗତ ୨୪ ଘଣ୍ଟାରେ କମିଛି କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ୩୦,୦୧୬ କୋଭିଡ୍‌ ରୋଗୀ । ଫଳରେ ମଙ୍ଗଳବାର ସୁଦ୍ଧା ଆକ୍ଟିଭ୍‌ କେସ୍‌ ଖସି ୩୭ ଲକ୍ଷ ୧୫ ହଜାର ୨୨୧ରେ ପହଞ୍ଚିଛି । ୧୩ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ଥିବା ବେଳେ ବାକି ୧୭ଟି ରାଜ୍ୟରେ ୫୦ ହଜାରରୁ କମ୍‌ ସକ୍ରିୟ ମାମଲା ରହିଛି । ଦେଶରେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଖସିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କର୍ଣ୍ଣାଟକରେ ସର୍ବାଧିକ ୩୯ ହଜାର ୩୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ୩୭ ହଜାର ୨୩୬ ସଂକ୍ରମିତ। ମହାରାଷ୍ଟ୍ରରେ ଗତ ମାର୍ଚ୍ଚ ୩୦ରୁ ଏହା ଭିତରେ ସର୍ବନିମ୍ନ । ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ହରିଆଣା, ଛତିଶଗଡ଼, ବିହାର ଓ ଗୁଜରାଟରେ ମଧ୍ୟ ସଂକ୍ରମଣ ଖସୁଛି । ଅନ୍ୟପଟେ ଦେଶର ୬୪୦ ଜିଲ୍ଲା ଅର୍ଥାତ୍‌ ଦେଶର ୯୦ ପ୍ରତିଶତ ଅଞ୍ଚଳରେ ପଜିଟିଭିଟି ହାର ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.