ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ, ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବି

ନୂଆଦିଲ୍ଲୀ : ଖୁବ ଶୀଘ୍ର ଭାରତକୁ ମିଳିପାରେ କିଲର ଡ୍ରୋନ। ହେଲ୍‌ଫାୟର ମିଶାଇଲ ବହନ କରିପାରୁଥିବା ୩୦ଟି ଏମ୍‌କ୍ୟୁ-9B ପ୍ରିଡେଟର ଶସସ୍ତ୍ର ଡ୍ରୋନ୍‌ କିଣିବ ଭାରତ । ପ୍ରାୟ ୨୩୦ କୋଟି ଟଙ୍କାରେ ଆମେରିକାରୁ ଏହି ଡ୍ରୋନ କିଣାଯିବ। MQ-9B ଡ୍ରୋନ ୩୫ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡି ପାରିବ। ୪ଟି ହେଲ୍‌ ଫାୟର ମିଶାଇଲ ନେଇ ପାରିବ। ୪୫୦ କିଲୋଗ୍ରାମ ପର୍ଯ୍ୟନ୍ତ ବୋମା ବହନ କରି ପାରିବ। ଗତ ଜୁଲାଇ ୩୧ ତାରିଖରେ ଏହି କିଲ୍‌ର ଡ୍ରୋନର ବ୍ୟବହାର କରିଥିଲା ଆମେରିକା। ହେଲ୍‌ ଫାୟାର ବ୍ୟବହାର କରି ଅଲ କାଏଦା ନେତା ଅୟମନ ଅଲ୍‌-ଜୱାହିରିକୁ ମାରିଥିଲା ଆମେରିକା। ଏହି ଡ୍ରୋନକୁ ତିଆରି କରୁଛି ଜେନେରାଲ ଆଟୋମିକ୍‌ସ ଗ୍ଲୋବାଲ କର୍ପୋରେସନ।

କମ୍ପାନୀ ଅଧିକାରୀ ସୂଚନା ଦେଇଛନ୍ତି, ଡ୍ରୋନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ଜାରି ରହିଛି। ଭାରତ ଏପରି ଡ୍ରୋନକୁ ଲଦାଖ ଏବଂ ଭାରତ ମହାସାଗର ଉପରେ ନଜର ରଖିବାକୁ ବ୍ୟବହାର କରିବ। ଭାରତ ସ୍ଥଳ, ଜଳ ଓ ବାୟୁସେନାକୁ ୧୦ଟି ଲେଖାଁଏ MQ-9B ଡ୍ରୋନ ଦିଆଯିବ। ପୂର୍ବରୁ ଏହି ଡ୍ରୋନ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ଭାରତ। କିନ୍ତୁ ଆତ୍ମନିର୍ଭର ଭାରତ ଅଭିଯାନ ଯୋଗୁ ଫେବ୍ରୁଆରୀ ମାସରୁ ଏହି ଡିଲ୍‌ ଆଗକୁ ବଢି ପାରି ନଥିଲା। ଏଲ୍‌ଏସିରେ ଚୀନ ଦାଦାଗିରି ଦେଖାଉଛି, ଭାରତ ମହାସାଗରରେ ମଧ୍ୟ ପତିଆରା ବଢାଇବାକୁ ଉଦ୍ୟମ କରୁଛି ଚୀନ। ତେଣୁ ତା ଉପରେ ନଜର ରଖିବାକୁ ଭାରତ ତୁରନ୍ତ ଏପରି ଡ୍ରୋନ ବ୍ୟବହାର କରିବାକୁ ଚାହୁଁଛି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.