ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, ଜାଣନ୍ତୁ ଦେଶର ଆଜି କରୋନା ଅପଡେଟ୍‌

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ରେକର୍ଡ କରୁଛି କରୋନାର ଦୈନିକ ସଂକ୍ରମଣ । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୬୧ ଦିନ ପରେ ପ୍ରଥମ ଥର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୬୨ ହଜାର ୨୫୮ ନୂଆ କେସ୍‌ ଆସିଛି । ସେହିପରି ୨୯୧ ଲୋକଙ୍କ ଜୀବନ ନେଇଛି ଭାଇରସ୍‌ । ଏହା ପୂର୍ବରୁ ୧୬ ଅକ୍ଟୋବର ୨୦୨୦ରେ ୬୨ ହଜାର ୨୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ସମୟରେ କରୋନା ସଂକ୍ରମଣ ଅନେକ ହ୍ରାସ ହୋଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ ୮ ହଜାର ୬୩୫ ନୂଆ କେସ୍‌ ଆସିଥିଲା । ଅନ୍ୟପଟେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୬ ହଜାର ୯୦୨ ନୂଆ କେସ୍‌ ଆସିଛି । ୧୧୨ ଜଣଙ୍କ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୩୭ ହଜାର ୭୩୫ ଜଣ କରୋନାରେ ସଂକ୍ରମିତ ହୋଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.