ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୩ ହଜାର ୩୮୦ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୫୮ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ହେଲେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌। ମୃତ୍ୟୁବରଣ କରିଛନ୍ତି ୩ ହଜାର ୩୮୦ ।

ଗତ ୨୪ ଘଣ୍ଟାରେ ଆକ୍ଟିଭ୍‌ କେସ୍‌ ୮୦ ହଜାର ହ୍ରାସ ପାଇଛି । ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୯୭ ହଜାର ୮୯୪ ଜଣ । ଦେଶରେ ଏଯାଏଁ ସୁସ୍ଥ ହେଲେଣି ମୋଟ ୨ କୋଟି ୬୭ ଲକ୍ଷ ଆକ୍ରାନ୍ତ । ଜାତୀୟ ସୁସ୍ଥ ହାର ୯୩.୩୮%ରେ ପହଞ୍ଚିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.