ଆମେରିକାରେ ଅପହୃତ ଶିଖ ପରିବାରର ୪ ଜଣଙ୍କୁ ହତ୍ୟା, ୮ ମାସର ଶିଶୁକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ

ଆମେରିକାର କାଲିଫର୍ଣ୍ଣିଆରୁ ଅପହରଣ ହୋଇଥିବା ଶିଖ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ସେମାନଙ୍କୁ ଅପହରଣ କରି ହତ୍ୟା କରିବା ପରେ ଏକ ବଗିଚାରେ ଫିଙ୍ଗିଦିଆଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୮ ମାସର ଶିଶୁ ରହିଛନ୍ତି। ତେବେ ଜଣେ ୪୮ ବର୍ଷୀୟ ଯୁବକ ଏହି ପରିବାର ସଦସ୍ୟଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ହତ୍ୟା ପରେ ଅପହରଣକାରୀ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ନିଜ ହେପାଜତକୁ ନେଇଛି।

ପୋଲିସ ଅଧିକାରୀ ଜଣକ କହିଛନ୍ତି, ସେନ ଫ୍ରାନ୍ସିକୋର ଦକ୍ଷିଣ ପୂର୍ବ ସୈନ୍ୟ ଜୌକିନ ଘାଟିରୁ ଏମାନଙ୍କ ଅପହରଣ କରାଯାଉଥିବା ଭିଡିଓ ଜାରି ହୋଇଥିଲା। ଏହି ଭିଡିଓକୁ ଅପହରଣ କରିଥିବା ବ୍ୟକ୍ତି ସେୟାର କରିଥିଲେ।୩୬ ବର୍ଷୀୟ ଜସଦୀପ ସିଂ, ୨୭ ବର୍ଷୀୟା ଜସଲିନ୍ କୌର, ସେମାନଙ୍କ ୮ ମାସର ଶିଶୁକନ୍ୟା ଆରୁହି ଏବଂ ୩୯ ବର୍ଷୀୟ ଅମନ୍ଦୀପ ସିଂଙ୍କୁ ଅପହରଣ କରି ନିଆଯାଇଥିଲା।

ପୋଲିସ ଅଧିକାରୀ ପ୍ରଥମେ କହିଥିଲେ କି, ପରିବାର ସଦସ୍ୟଙ୍କୁ ଏକ ଲୁଟେରା ଅପହରଣ କରିଥିଲା ଏବଂ ଅପହରଣ କରିବା ପରେ ନିଜକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଅପହରଣ କରି ମଧ୍ୟ କୌଣସି ସର୍ତ୍ତ ରଖିନଥିଲା ଅପହରଣ କାରୀ।

ମୃତକ ପରିବାର ସଦସ୍ୟଙ୍କ ଘର ପଞ୍ଜାବର ହୋସିରାପୁରରେ। ବ୍ୟବସାୟ ପାଇଁ ଶିଖ୍‌ ପରିବାର କାଲିଫର୍ଣ୍ଣିଆରେ ରହୁଥିଲେ। ମୃତକମାନେ ହେଲେ ୮ ବର୍ଷର ଆରୋହୀ ଡେରୀ, ୨୭ ବର୍ଷୀୟ ମା’ ଜସଲିନ କୌର ଏବଂ ବାପା ଜସଦୀପ ସିଂହ।

ସୂଚନାଯୋଗ୍ୟ, ସାଉଥ ହାଇୱେ-୫୯ ଉପରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଅପହରଣ କରିଥିବା ଜଣାପଡ଼ିଛି । ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

Also Read : ସିଲିଣ୍ଡର ଫାଟିବା ଯୋଗୁଁ ଗଳିପଡିଲା ୨ ମହଲା କୋଠା: ୩ ମୃତ, ଅନେକ ଦବିଥିବା ଆଶଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.