ଚୀନୀ ସେନାଙ୍କ ବେକ ମୋଡ଼ି ଚୀନ୍‌ଠୁ ପ୍ରତିଶୋଧ ନେଲେ ଭାରତୀୟ ଯବାନ

ଚୀନ୍‌ର ବର୍ବରତାର ପ୍ରତିଶୋଧ ନେଇଛି ଭାରତ। ଗଲବାନ୍‌ ଘାଟୀରେ ଜୁନ୍‌ ୧୫ରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ଖଣ୍ଡ ଯୁଦ୍ଧର ବଦ୍‌ଲା ନେଇଛନ୍ତି ଭାରତୀୟ ଯବାନ। ଭାରତୀୟ ସୈନ୍ୟମାନେ ଚୀନ୍‌ ଯବାନଙ୍କର ତଣ୍ଟି ମୋଡ଼ିଦେଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ ଭାରତ ଓ ଚୀନ୍‌ ମଧ୍ୟରେ ପ୍ରାୟ ୪ ଘଣ୍ଟା ଧରି ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଭାରତୀୟ ଯବାନ ଜଣେ ଚୀନ୍‌ କମାଣ୍ଡରକୁ ଜୀବନ୍ତ ଅବସ୍ଥାରେ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଭାରତୀୟ ସେନା ଗଲବାନ୍‌ ଘାଟୀରେ ଚୀନ୍‌ର ଗର୍ବକୁ ଭାଙ୍ଗିଥିବା କୁହାଯାଉଛି।

china

ସୂଚନାନୁଯାୟୀ ଗଲବାନ୍‌ ଘାଟୀରେ ଭାରତୀୟ ସେନା ଏକ ଚୀନୀ କମାଣ୍ଡରକୁ ଧରିଥିଲେ। ଉକ୍ତ ଚୀନ୍‌ କମାଣ୍ଡରକୁ ଧରି ଭାରତୀୟ ଯବାନ୍‌ ପ୍ରବଳ ପିଟିଥିଲେ। ଚୀନ୍‌ ଯେଭଳି ଭାବେ ୨୦ ଜଣ ନିରସ୍ତ୍ର ଭାରତୀୟ ଯବାନଙ୍କୁ ମାରିଥିଲା ଭାରତୀୟ ସୈନ୍ୟ ତା’ ପ୍ରତିଶୋଧ ନେଇଛନ୍ତି ବୋଲି କୁହାଯାଉଛି। ଭାରତୀୟ ସୈନ୍ୟବାହିନୀର ପରାକ୍ରମ ଦେଖି ସେଠାରେ ଉପସ୍ଥିତ ଚୀନ୍‌ ସେନା ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଚୀନୀ ଯବାନଙ୍କ ବିଷୟରେ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

PURGYAL: DRAGOONING DRAGON: INDIA ON TARGET

ଭାରତ ଓ ଚୀନ୍‌ ମଧ୍ୟରେ ଗଣ୍ଡଗୋଳ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ଵତ ଓ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଲଦାଖ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ବୈଠକରେ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବା ଘୋଷଣା କରାଯାଇଛି। ତେଣୁ ଭାରତୀୟ ଯବାନ ଏବେ ସ୍ଥିତି ଦେଖି ପ୍ରହାର କରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.