କାୟା ମେଲାଇଛି ଓମିକ୍ରନ୍: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪ ଜଣ ପଜିଟିଭ୍‌ ବାହାରିଲେଣି ।

କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୨୧, କେରଳରୁ ୧୫, ଗୁଜରାଟରୁ ୧୪ଜଣ ଓମିକ୍ରନ ପଜିଟିଭ ବାହାରିଛନ୍ତି । ଏପଟେ ୧୦୪ଜଣ ଆକ୍ରାନ୍ତ ଓମିକ୍ରନରୁ ସୁସ୍ଥ ହୋଇଥିବା କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭ ହଜାର ୪୯୫ଟି ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି । ୪୩୪ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.