ରୁଷ ପରମାଣୁ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ : ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ : ପୁଟିନଙ୍କ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ପରେ ବିଚଳିତ ପୂରା ବିଶ୍ୱ । ଆକ୍ରମଣ ଧମକକୁ ମିଛ ଭାବିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ପୁଟିନ । ପୁଟିନଙ୍କ ଆଭିମୁଖ୍ୟ ନେଇ ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଦେଇଛନ୍ତି ବଡ଼ ବୟାନ । ଯଦି ରୁଷିଆ ୟୁକ୍ରେନ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରେ ତେବେ ଏହାର ମୁକାବିଲା ନେଇ ଆମେରିକା ପାଖରେ ଯୋଜନା ରହିଛି ବୋଲି କହିଛନ୍ତି ବ୍ଲିଙ୍କେନ୍‌ ।

ତେବେ ତାହା କେଉଁ ଭଳି ଯୋଜନା ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି । ସେ ରୁଷକୁ ଚେତେଇ ଦେଇଛନ୍ତି ଯଦି ପରମାଣୁ ଅସ୍ତ୍ର ଆକ୍ରମଣ ହୁଏ ତେବେ ତାର ଭୟଙ୍କର ପରିମାଣ ଭୋଗିବାକୁ ପଡ଼ିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବି କହିଛନ୍ତି ପୁଟିନ ପରମାଣୁ ଆକ୍ରମଣ କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.