୨୬ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ :  ଜଣେ ପାକିସ୍ତାନୀ ମହିଳା ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହା ସତ୍ୟ । ମହିଳାଙ୍କ ନାମ କମର ଜହାଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦୀର୍ଘ ୨୬ ବର୍ଷ ଧରି ହାତ ବାନ୍ଧୁଛନ୍ତି ଏହି ପାକିସ୍ତାନ ମହିଳା ।  ସେ ପ୍ରତିବର୍ଷ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ତେବେ ସେ ରାକ୍ଷୀ କୌଣସି ଦୋକାନରୁ ନ କିଣି ନିଜ ହାତରେ ତିଆରି କରନ୍ତି ।

rakhi to pm
p.c : patrika.com

କମର ଜହାଁ କୁହନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସ୍ୱାମୀ ମୋହସିନ ଦୁହେଁ ଭଲ ବନ୍ଧୁ । ତାଙ୍କ ସହ ମୋଦିଙ୍କ ସାକ୍ଷାତ ଦିଲ୍ଲୀରେ ହୋଇଥିଲା ବୋଲି କୁହନ୍ତି କମର ଜହାଁ । ସେହି ସାକ୍ଷାତକାର ସମୟରେ ମୋଦି ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ତାଙ୍କର ଭାଇ ନଥିବାରୁ ସେବେ ଠାରୁ ସେ ମୋଦିଙ୍କୁ ଭାଇ ଭାବରେ ଭାବି ଆସିଛନ୍ତି ବୋଲି କୁହନ୍ତି କମର ଜହାଁ ।

ଦୀର୍ଘ ୨୬ ବର୍ଷ ତଳର କଥା ମନେ ପକାଇ ସେ କୁହନ୍ତି ସେତେବେଳେ ମୋଦିଜୀ ବିଜେପିର ଜେନେରାଲ ସେକ୍ରେଟାରୀ ଥିଲେ । ସେବେ ଠାରୁ ମୁଁ ମୋଦୀଜୀଙ୍କୁ ରାକ୍ଷୀ ବାନ୍ଧି ଆସୁଛି । ହେଲେ ଗତ ବର୍ଷ କରୋନା କାରଣରୁ ଯାଇ ନପାରି ଡାକରେ ରାକ୍ଷୀ ପଠାଇଥିଲେ ବୋଲି କୁହନ୍ତି କମରଜହାଁ । କିନ୍ତୁ ଏ ବର୍ଷ ସେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ନିଶ୍ଚୟ ଆସିବେ ବୋଲି କୁହନ୍ତି ଏହି ପାକିସ୍ତାନୀ ମହିଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.