ବିଧାନସଭା ନିର୍ବାଚନ: ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କଲା ‘ମୋ ବୁଥ୍‌ କରୋନା ମୁକ୍ତ ଅଭିଯାନ’, ୬ କୋଟି ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭିତରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ମାମଲାକୁ ନଜରରେ ରଖି ବିଜେପି ରାଜ୍ୟରେ ମଙ୍ଗଳବାର ‘ମୋ ବୁଥ୍‌ କରୋନା ମୁକ୍ତ ଅଭିଯାନ’ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ବିଜେପି ଗରିବ ତଥା ଅଭାବୀ ଲୋକଙ୍କୁ ୬ କୋଟି ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ଏଥି ସହିତ ଦଳ ସାନିଟାଇଜର ବି ବାଣ୍ଟିବ। ରାଜ୍ୟ ବିଜେପି ଦିନକ ପୂର୍ବରୁ ହିଁ ଏହି ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଥିଲା।

ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ପ୍ରଥମ ଦିନରେ କୋଲକାତା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ମାସ୍କ ବିତରଣ କରାଯାଇଛି। ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ବିଭିନ୍ନ ବିଧାନସଭା ମଣ୍ଡଳୀରେ ଘର ଘର ବୁଲି ଲୋକଙ୍କୁ ମାସ୍କ ପ୍ରଦାନ କରିଥିଲେ। ଏଥିସହିତ କିଛି ଲୋକଙ୍କୁ ସାନିଟାଇଜର ବି ପ୍ରଦାନ କରିଥିଲେ। ଏହି ଅଭିଯାନ ଅଧୀନରେ ନେତା ଓ କାର୍ଯ୍ୟକର୍ତ୍ତାମାନେ କରୋନାରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିବେ।

କହି ରଖୁଛୁ, ରାଜ୍ୟରେ ଏ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି। ଏଥି ପୂର୍ବରୁ ଦଳ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଯଦିଓ ରାଜ୍ୟ ବିଜେପିର କହିବା ହେଲା, ଏହି ଅଭିଯାନର ନିର୍ବାଚନ ସହିତ କୌଣସି ଲେଣଦେଣ ନାହିଁ। ଦଳ ସବୁ ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରି ଆସୁଛି, ତାହାର ହିଁ ଏହା ଏକ ଅଂଶ। ସୂଚନାଥାଉ କି, ଗତବର୍ଷ କରୋନା ସଙ୍କଟ ସମୟରେ ଦଳ ବଡ଼ ସ୍ତରରେ ବଙ୍ଗାଳୀ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.