ନିର୍ବାଚନ ଭିତରେ ପଶ୍ଚିମବଙ୍ଗରେ ୧୨୩ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନ କରିବାକୁ ଘୋଷଣା, ଜାଣନ୍ତୁ ଆଉ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପଶ୍ଚିମବଙ୍ଗରେ ଜୋରଦାର ଜାରି ରହିଛି ନିର୍ବାଚନ ଅଭିଯାନ। ଯଦିଓ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ନେତାମାନେ ନିଜ ନିଜର ନିର୍ବାଚନ ର‍୍ୟାଲିର ତାରିଖକୁ ଆଗକୁ ବଢ଼ାଇ ଦେଇଛନ୍ତି, ହେଲେ ନିର୍ବାଚନୀ ଘୋଷଣାନାମା କିନ୍ତୁ ବନ୍ଦ ହୋଇନାହିଁ। ବିଜେପି ନେତା ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପଶ୍ଚିମବଙ୍ଗ ନିର୍ବାଚନ ଭିତରେ ଏବେ ବଡ଼ ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଶିଶୁ ଯୌନ ଅପରାଧକୁ ରୋକିବା ପାଇଁ ସାରା ଦେଶରେ ଫାଷ୍ଟ-ଟ୍ରାକ୍‌ କୋର୍ଟ ସ୍ଥାପନ କରାଯାଇଛି। ବଙ୍ଗ ପାଇଁ ୧୨୩ ଫାଷ୍ଟ-ଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଛି। ଅର୍ଥାତ୍‌ ଏଠାରେ ୧୨୩ ଫାଷ୍ଟ-ଟ୍ରାକ୍‌ କୋର୍ଟ ସ୍ଥାପନ କରାଯିବ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିଧା ଟାର୍ଗେଟ

ମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗ ପାଇଁ ମଞ୍ଜୁର କରାଯାଇଥିବା ଫାଷ୍ଟ-ଟ୍ରାକ୍‌ କୋର୍ଟ ପାଇଁ ୫୦ ପ୍ରତିଶତ ଫଣ୍ଡ କେନ୍ଦ୍ର ସରକାର ଦେଉଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ବିଷୟରେ ବାରମ୍ବାର ପତ୍ର ଲେଖି ଜଣାଇଥିଲେ ଯେ ଫାଷ୍ଟ-ଟ୍ରାକ୍‌ କୋର୍ଟ ପାଇଁ ସହମତି ପ୍ରକାଶ କରନ୍ତୁ। କିନ୍ତୁ ଏହାସତ୍ତ୍ୱେ କୌଣସି ଉତ୍ତର ମିଳିନାହିଁ।

ରବିଶଙ୍କର ପ୍ରଶ୍ନ ଉଠାଇ କହିଥିଲେ, ମମତା ବାନାର୍ଜୀ ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କୁ ଫାଷ୍ଟ-ଟ୍ରାକ୍‌ କୋର୍ଟ ସହିତ କ’ଣ ସମସ୍ୟା ଅଛି। ମନ୍ତ୍ରୀଙ୍କ କହିବା ହେଲା, ଦେଶର ୨୭ ରାଜ୍ୟ ଏହାକୁ ସ୍ୱୀକାର କରିଛନ୍ତି ଏବଂ ସେଠାରେ କାମ ଆରମ୍ଭ ହୋଇଯାଇଛି। କିନ୍ତୁ ପଶ୍ଚିମବଙ୍ଗରେ ଏହା ବିଗତ ୩ ବର୍ଷ ହେବ ପେଣ୍ଡିଂ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.