ନାବାଳିକା ନାତୁଣୀ ସହିତ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିଲା ରାକ୍ଷାସ ଜେଜେବାପା, ଆଉ ଏଥିପାଇଁ ଯିଏ ସାହାଯ୍ୟ କରୁଥିଲା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପାଟନା:  ଆଜିକାଲି ଦୁନିଆରେ ଅନ୍ୟାୟ ଅତ୍ୟାଚାର ଏତେ ମାତ୍ରାରେ ବଢିଗଲାଣି ଯେ ବାହାର ଲୋକଙ୍କ କଥା ଛାଡନ୍ତୁ ନିଜ ଲୋକଙ୍କୁ ବି ସହଜରେ ବିଶ୍ବାସ କରିବାକୁ ଶହେ ଥର ଭାବିବାକୁ ପଡୁଛି । କିଛି ବିକୃତ ମାନସିକତା ଲୋକଙ୍କ ପାଇଁ ଆଜି ସବୁ ସମ୍ପର୍କକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହା ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲଜ୍ଜାରେ ମୁଣ୍ଡ ତଳକୁ କରିଦେବ । ଏଭଳି ଏକ ଘଟଣା ଆସିଛି ପାଟନାରୁ ।

rape caseଯେଉଁଥିରେ ପାଟନାର ଏକ ବିଶେଷ ପିଓସିଏସଓ କୋର୍ଟ ମଙ୍ଗଳବାର ଦିନ ୬୫ବର୍ଷିୟ ପୂର୍ବ ସୈନିକ ରାମପ୍ରସାଦ ସାଗରଙ୍କୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଯିଏ ଗତ କିଛି ବର୍ଷ ଧରି ନିଜ ୩୪ବର୍ଷିୟା ବୋହୂ କିରଣ ଦେବୀର ସହାୟତାରେ ନିଜ ନାବାଳିକା ନାତୁଣୀ ସହିତ ଦୁଷ୍କର୍ମ କରି ଆସୁଥିଲା । ଏହି ଅଭିଯୋଗରେ ନାବାଳିକାଟିର ମାଁକୁ ମଧ୍ୟ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଛନ୍ତି କୋର୍ଟ । ବିଶେଷ କୋର୍ଟର ବିଚାରପତି ମଧୁକର କୁମାର ଦୁଇ ଅପରାଧୀଙ୍କୁ ଏଭଳି ଏକ ଜଘନ୍ୟ ଅପରାଧ ପାଇଁ ୨୦ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

jailଏହାସହିତ ଅବସରପ୍ରାପ୍ତ ପୂର୍ବ ସୈନିକ ଏବଂ ତାଙ୍କ ବୋହୂକୁ କ୍ରମଶଃ ୨୦ହଜାର ଏବଂ ୧୦ହଜାର ଟଙ୍କା ଜରିମାନା ସହିତ ଚାପୁଡା ମରାଯାଇଥିଲା । ଯଦି ସେମାନେ ଜରିମାନା ଦେଇପାରିବେ ନାହିଁ ତେବେ ସେମାନଙ୍କ ଜେଲ୍ ଦଣ୍ଡକୁ ଆହୁରୀ ୩ମାସ ବଢାଇ ଦିଆଯିବ । କୋର୍ଟରେ ନାବାଳିକା ଜଣଙ୍କ ଦେଇଥିବା ବୟାନ ଅନୁସାରେ ୨୦୧୧ ମସିହାରେ ତାଙ୍କ ବାପା ନିଖୋଜ୍ ହୋଇଯାଇଥିଲେ ଏବଂତାପରେ ତାଙ୍କ ଜେଜେମା ଆତ୍ମହତ୍ୟା କରିଥିଲେ ।

rapeତେବେ ଅଭିଯୁକ୍ତ ଜେଜେ ବାପା ଜଣଙ୍କ ଅବସର ପରେ ଏକ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା । ସେ ପରିବାରରେ ଏକ ମାତ୍ର ରୋଜଗାର କରୁଥିଲା ଯାହାଫଳରେ ସେ ନାବାଳିକାକୁ ଶୋଷଣ କରିବାରେ କୌଣସି କମ୍ ରଖୁନଥିଲା । ଯେତେବେଳେ ବି ନାବାଳିକା ଜଣଙ୍କ ଏନେଇ ନିଜ ମାକୁ କହୁଥିଲେ ସେ ଜେଜେ ବାପାଙ୍କ ସପକ୍ଷରେ କହୁଥିବା ସେ କୋର୍ଟରେ କହିଛନ୍ତି ।

ତେବେ ଅତିସୟ ହେବାରୁ ନାବାକା ଜଣଙ୍କ ନିଜ ସ୍କୁଲ୍ ପ୍ରିନ୍ସପାଲଙ୍କୁ ଏନେଇ କହିଥିଲେ ଯାହାପରେ ସ୍କୁଲ୍ ପକ୍ଷରୁ ଚଳିତ ବର୍ଷ ଫେବୃଆରୀରେ ଏନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହି ଆଧାରେ ଗତ ଫେବୃଆରୀ ୧୨ ତାରିଖରେ ପାଟନାର ରାମକ୍ରୁଷ୍ଣ ନଗର ପୋଲିସ୍ ଷ୍ଟେସନ୍ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିଲା ।

rape_minorକୋର୍ଟ ପୀଡିତାଙ୍କ ବୟାନ ଅନୁସାରେ ଜାଣିବାକୁ ପାଇଥିଲେ କି, ଯେତେବେଳେ ନାବାଳିକା ଜଣଙ୍କ ୭ବର୍ଷର ଥିଲେ ସେବେଠାରୁ ତାଙ୍କ ସହିତ ଏପରି ଯୌନ ଶୋଷଣ କରାଯାଉଛି । ସମୟ ଅନୁସାରେ ଯେତେବେଳେ ନାବାଳିକା ଜଣଙ୍କ ବଡ ହେବାରୁ ଲାଗିଲେ ତାଙ୍କୁ ଲାଗିଥିଲା କି ତାଙ୍କ ସହିତ କିଛି ଖରାପ ହେଉଛି । ତେବେ ବର୍ତ୍ତମାନ ନାବାଳିକା ଜଣଙ୍କ ନିଜ ଅଜା-ଆଇଙ୍କ ସହିତ ରହୁଥିବାବେଳେ ସେ ନିଜ ସ୍କୁଲ ବଦଳାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.