ଏବେ ସ୍କୁଲର ୫୦ ମିଟର ଭିତରେ ଆଉ ବିକ୍ରି ହୋଇପାରିବନି ଜଙ୍କ ଫୁଡ : FSSAI 

ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ର CEO ଅରୁଣ ସିଂହଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିକଟରେ ଏକ ବଡ ଘୋଷଣା କରିଛନ୍ତି । ଏବେ ଆଉ ବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର କ୍ୟାଣ୍ଟିନ ଗୁଡିକରେ ଜଙ୍କ ଫୁଡ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରାଯାଇପାରିବ ନାହିଁ । ଏହାବ୍ୟତୀତ ଶିକ୍ଷାନୁଷ୍ଠାନର 50 ମିଟର ମଧ୍ୟରେ ଏହି ପ୍ରକାରର ଖାଦ୍ୟର ଆଡ କିମ୍ବା ବିକ୍ରି ଉପରେ ସମ୍ପୂର୍ଣ୍ଣ  ପ୍ରତିବନ୍ଧକ ଲଗାଇଛନ୍ତି ।

Home

ରିପୋର୍ଟ ଅନୁଯାୟୀ ସ୍କୁଲ ପିଲାମାନଙ୍କୁ ସୁରକ୍ଷିତ ଭୋଜନ ଏବଂ ସନ୍ତୁଳିତ ଆହାର ପ୍ରଦାନ କରିବା ପାଇଁ FSSAI  ଏପରି ପଦକ୍ଷେପ ନେଇଛି । ତେବେ ଆଗକୁ FSSAI ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅଧୀନରେ ଏକ ନୂଆ ନିୟମ ଆଣିବାକୁ ଯାଉଛି ଯାହାଏ ଲକ୍ଷ ସ୍କୁଲ ପିଲାମାନଙ୍କୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇ ଦେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.