ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ ଗାନ୍ଧୀ ଦେଲେ ଧମକ, ଚାପ ପକାଇ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିବେନି ମୋଦି

ନୂଆଦିଲ୍ଳୀ : ଚାପ ପକାଇ ବିରୋଧୀଙ୍କ ସ୍ୱରକୁ ଚପାଇ ଦେଇ ପାରିବେନି ମୋଦି, ଅମିତ ଶାହ । ନେସନାଲ ହେରାଲ ମାମଲାକୁ ସଂପୂର୍ଣ୍ଣ ଧମକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । କେନ୍ଦ୍ରୀୟ ଏଜେନ୍ସୀର ଚାପ ପକାଇ ମୋଦି ଓ ଅମିତ ଶାହ ପାଟି ଚୁପ କରାଇପାରିବେନି ।

ସେମାନେ ଗଣତନ୍ତ୍ର ବିରୋଧରେ ଯାହା କରୁଛନ୍ତି ତା ବିରୋଧରେ ଆମେ ସ୍ୱର ଉତ୍ତୋଳନ ଜାରି ରଖିବୁ। ଆମେ ଭୟଭୀତ ନୁହଁ । ଇଡି ଧମକରେ ନିରବ ହେବୁ ନାହିଁ । ସେମାନେ ଯାହା କରୁଛନ୍ତି କରନ୍ତୁ, ଦେଶ ପାଇଁ ମୁଁ ମୋ କାମ କରିବି ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ଅନ୍ୟପଟେ ଗାନ୍ଧୀ ପରିବାର ଆଇନ୍ର ଉର୍ଦ୍ଧ୍ୱରେ ନୁହେଁ ବୋଲି କହିଛି ବିଜେପି।

ଅନ୍ୟପକ୍ଷରେ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଅଧିକାରୀମାନେ ୟଙ୍ଗ ଇଣ୍ଡିଆରେ ହୋଇଥିବା କାରବାର ସମ୍ପର୍କରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କୁ ପ୍ରାୟ ସାତ ଘଣ୍ଟା ଧରି ଜେରା କରିଥିଲେ। ଦଳର ଅନ୍ୟ ଜଣେ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ସଂସଦ ଅଧିବେଶନରେ ଦଳୀୟ ନେତାଙ୍କୁ ଇଡି ସମନ କରିଥିଲା।

ଆଜି ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ୍ ଆଲଭାଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନା କରିବାର ଥିଲା। କିନ୍ତୁ ଏସବୁ ନକରାଇଦେବାକୁ ଶାସକ ଦଳ ହୀନ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.