Below header

ଏବେ ରେସ୍ତୋରାଁକୁ କହିବାକୁ ପଡ଼ିବ ବିକୁଥିବା ମାଂସ ହଲାଲ ନା ଝଟ୍‌କା, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ରେସ୍ତୋରାଁରେ କି ମାଂସ ମିଳୁଛି, ମାଲିକ ତାହା ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ନଗର ନିଗମ। ରାଜଧାନୀର ଦକ୍ଷିଣ ଦିଲ୍ଲୀ ନଗର ନିଗମ ବୁଧବାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଅବସରରେ ଏହି ଘୋଷଣା କରିଛି। ଏଥିରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନାଁରେ ଏକ ସଡ଼କର ନାମକରଣ କରିବା ବ୍ୟତୀତ ସମସ୍ତ ଆମିଷ ରେସ୍ତୋରାଁ ଓ ହୋଟେଲରେ ହଲାଲ କିମ୍ବା ଝଟ୍‌କା ମିଟ୍‌ର ବୋର୍ଡ ଲଗାଇବା ଅନିବାର୍ଯ୍ୟ ହେବ।

ଏମ୍‌ସିଡି ମୁତାବକ, ତାଙ୍କ ଅଞ୍ଚଳର ଚାରିଟି ଜୋନ୍‌ ଅନ୍ତର୍ଗତ ପ୍ରାୟ ୧୦୪ଟି ଓ୍ଵାର୍ଡରେ ହଜାର ହଜାର ରୋସ୍ତୋରାଁ ରହିଛି, ଯେଉଁଠି କେବଳ ୧୦ ପ୍ରତିଶତ ହୋଟେଲରେ ଶାକାହାରୀ ଖାଇବା ମିଳେ ଓ ବାକି ୯୦ ପ୍ରତିଶତରେ ଆମିଷ ମିଳେ। କିନ୍ତୁ ସେଠାରେ କେଉଁଠି ହଲାଲ ଓ କେଉଁଠି ଝଟ୍‌କା ମିଟ୍‌ ମିଳେ ତାହା ସ୍ପଷ୍ଟ କରାଯାଇନଥାଏ। ଏମ୍‌ସିଡି ନିଜ ପ୍ରସ୍ତାବରେ କହିଛି ଯେ ହିନ୍ଦୁ ଓ ଶିଖ୍‌ ଧର୍ମରେ ହଲାଲ ମିଟ୍‌ ଖାଇବା ମନା ଓ ଏହା ଧର୍ମ ବିରୁଦ୍ଧ। ଏଣୁ ଦୋକାନୀ ମାନେ ତାହା ସ୍ପଷ୍ଟ କରିବା ଉଚିତ୍‌।

ଦକ୍ଷିଣ ଏମ୍‌ଡିଏମ୍‌ସିର ନେତା ନରେନ୍ଦ୍ର ଚାଓ୍ଵଲା ଚେତାବନୀ ଦେଇ କହିଛନ୍ତି, ଯଦି କେହି ଏହି ନିୟମ ଉଲ୍ଲଂଘନ କରେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି, ଜଣେ କ’ଣ ଖାଉଛି ତାହା ଜାଣିବାର ଅଧିକାର ତାଙ୍କର ରହିଛି। ସେ ଯେଉଁ ଧର୍ମର ବି ହେଉଥାନ୍ତୁ ନା କାହିଁକି। କାରଣ ଭୋଜନକୁ ନେଇ କିଛି ନିୟମ ଓ ମାନ୍ୟତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.