ଯୁଦ୍ଧରେ ବିଫଳ ହୋଇଛନ୍ତି ପୁଟିନ୍‌: ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍‌ ଛଡ଼ାଇ ନେବାକୁ ବିରୋଧ

କେନ୍ୟୁଜ୍(ବ୍ୟୁରୋ): ଜୋରଜବରଦସ୍ତ ଭୋଟିଂ କରି ୟୁକ୍ରେନ୍‌ର ଭୂମିକୁ ଛଡ଼ାଇ ନେଇଛି ରୁଷ୍‌ । ଏଭଳି ଜବରଦସ୍ତି ଦଖଲକୁ କେବେ ବି ସ୍ୱୀକୃତି ମିଳିବନି । ଏକଥା କହିଛନ୍ତି ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲଟେନ୍‌ବର୍ଗ । ସେ କହିଛନ୍ତି, ରୁଷ୍‌ ଛଡ଼ାଇ ନେଇଥିବା ୪ ଅଞ୍ଚଳ ୟୁକ୍ରେନ୍‌ର ଥିଲା, ଆଉ ରହିବ । ସେହିପରି ସୈନ୍ୟ ସ୍ଥାନାନ୍ତରକୁ ପୁଟିନ୍‌ଙ୍କ ଭୀରୁତା ବୋଲି କହିଛନ୍ତି ନାଟୋ ମୁଖ୍ୟ । ପୁଟିନ୍‌ ଯୁଦ୍ଧରେ ଲକ୍ଷ୍ୟ ହାସଲରେ ବିଫଳ ହୋଇଛନ୍ତି । ଯଦି ରୁଷ୍‌ ଯୁଦ୍ଧ ବନ୍ଦ କରେ ଶାନ୍ତି ମିଳିବ ।

ଯଦି ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରେ ଏହି ଭୂଖଣ୍ଡ ସମାପ୍ତ ହୋଇଯିବ । ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ୟୁକ୍ରେନ୍‌କୁ ସମର୍ଥନ ଜାରି ରହିବ । ଅର୍ଥାତ ଯୁଦ୍ଧ ଯେତେ ଦିନ ଯାଏ ଚାଲିବ ସେଯାଏ ୟୁକ୍ରେନକୁ ସହାୟତା ଦେବେ ନାଟୋ ରାଷ୍ଟ୍ର । ସେହିପରି ନାଟୋରେ ସାମିଲ ହେବାକୁ ୟୁକ୍ରେନର ଆବେଦନ ଉପରେ ୩୦ ରାଷ୍ଟ୍ର ନିଷ୍ପତ୍ତି ନେବେ ବୋଲି ନାଟୋ ମୁଖ୍ୟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.