ପାଗଳ ନା କଣ ? ହସ୍ପିଟାଲର ୮ମ ମହଲାରୁ ଡେଇଁଲେ ରୋଗୀ

ପଶ୍ଚିମ ବଙ୍ଗ ରାଜଧାନୀ କୋଲକାତାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । କୋଲକାତା ମଲ୍ଲିକ ବଜାରରେ ଥିବା ନ୍ୟୁରୋ ସାଇନ୍ସ ହସ୍ପିଟାଲରେ ଜଣେ ମାନସିକ ରୋଗୀ ହସ୍ପିଟାଲର ଝରକା ଦେଇ ୮ମ ମହଲା ବାଲ୍କୋନିରୁ ଡେଇଁ ପଡ଼ିଥିଲେ । ପ୍ରକୃତରେ ଘଟଣାର ଆରମ୍ଭ ହୋଇଥିଲା ଏହି ପରି । ବ୍ୟକ୍ତି ଜଣଙ୍କ ହସ୍ପିଟାଲର ଉଚ୍ଚ ସ୍ଥାନକୁ ଚଢ଼ିଯାଇଥିଲେ । ଘଟଣା ବାବଦରେ ଜାଣିବା ପରେ ପୋଲିସ, ଅଗ୍ନିଶମ ବାହିନୀ ତଥା ହସ୍ପିଟାଲ କତ୍ତୃପକ୍ଷ ସମସ୍ତେ ତାଙ୍କୁ ଉଦ୍ଧାର କରିବାକୁ ଜୋର ଶୋର ଚେଷ୍ଟା କରିଥିଲେ । କିନ୍ତୁ ନିଜ ପାଖକୁ କାହାକୁ ବି ଆସିବାକୁ ଦେଇନଥିଲେ ସେହି ବ୍ୟକ୍ତି ଜଣଙ୍କ । ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ହାଇ ଡ୍ରାମା ।

ଏହି ସମୟରେ ବାରମ୍ବାର ଡେଇଁ ପଡ଼ିବାକୁ ଧମକ ମଧ୍ୟ ଦେଇଥିଲେ । ଆଉ କିଛି ସମୟ ପରେ ବାଲ୍କୋନିରୁ ଖସି ପଡ଼ିଥିଲେ । ସେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ଏହି ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ବ୍ୟକ୍ତିଙ୍କ ଖପୁରି ଓ ବାମ ପଟ ହାତରେ ଗଭୀର ଆଘାତ ଲାଗିଥିବା ଡାକ୍ତରଖାନା କତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.