ଏ ହେଉଛନ୍ତି ଦୁନିଆର ସବୁଠୁ ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭର! ଜାଣନ୍ତୁ ତାଙ୍କ ବିଷୟରେ

ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭର! ଯାହାଙ୍କ ଟ୍ୟାକ୍ସିରେ ବସିଲେ, ଯେ କେହି ପୁରୁଷ ନିଜ ବୁଦ୍ଧିବିବେକ ସବୁ ହରେଇ ବସନ୍ତି। ଆଉ ପ୍ରାର୍ଥନା କରନ୍ତି କେବେ ବି ଏହି ଯାତ୍ରା ନ ସରୁ। ହଁ, ଆଜି ଆମେ ଆପଣଙ୍କୁ ଏହି ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭରଙ୍କ ବିଷୟରେ କହିବାକୁ ଯାଉଛୁ। ତାଙ୍କ ନାଁ ଜାଁୟସୀ ତାଦେୟୋ, ବୟସ ୨୭ ବର୍ଷ। ସେ ନିଜର ସୁନ୍ଦରତା ପାଇଁ ବେଶ୍‌ ଲୋକପ୍ରିୟ ଅଟନ୍ତି। ଜାଁୟସୀ ଫିଲିପାଇନ୍ସରେ ରୁହନ୍ତି ଏବଂ କ୍ୟାବ୍‌ ଚଲାଇବା କାମ କରନ୍ତି। ଜାଁୟସୀ ମନୋବିଜ୍ଞାନରେ ସ୍ନାତକ କରିଛନ୍ତି। ପୂର୍ବରୁ ସେ ଏକ ମେଡିକାଲ କମ୍ପାନୀ ପାଇଁ ମେଡିସିନ୍‌ ରିପ୍ରେଜେଣ୍ଟିଟିଭ୍‌ ଭାବେ କାମ କରୁଥିଲେ।

taxi

ଏବେ ନିଜ ପସନ୍ଦ ଅନୁସାରେ କ୍ୟାବ୍‌ ଚଲାଇବା କାମ କରୁଛନ୍ତି ଜାଁୟସୀ। ତାଙ୍କ ସୌନ୍ଦଯ୍ୟର୍କୁ ଦେଖି ପ୍ରାୟ ସବୁ ସମୟରେ ଲୋକେ ତାଙ୍କ ଟ୍ୟାକ୍ସିରେ ଯାତ୍ରା କରିବାକୁ ଇଚ୍ଛା କରନ୍ତି। ଜାଁୟସୀଙ୍କୁ ବି ନିଜ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ଏବଂ ସେମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଭଲ ଲାଗିଥାଏ। ସେ କୁହନ୍ତି, ମୋତେ ବହୁତ ଖୁସି ଲାଗିଥାଏ, ଯେତେବେଳେ ଲୋକେ ମୋର ପ୍ରଶଂସା କରିଥାଆନ୍ତି। ମୁଁ ପ୍ରତିଦିନ ୧୨ ଘଣ୍ଟା କାମ କରେ। ଯିଏ ବି ମୋ ଟ୍ୟାକ୍ସିରେ ଆସିଥାଆନ୍ତି, ସେମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ।

ଏହାସହ ପଢ଼ନ୍ତୁ: ଏଠି ବିବାହ ନ କଲେ ପୁରୁଷଙ୍କୁ ଦେବାକୁ ପଡୁଥିଲା ଟାକ୍ସ, କୁଆଁରା ରହିବା ଥିଲା ବଡ଼ ଅପରାଧ

ସେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିଥାଆନ୍ତି। ଏଥିପାଇଁ ନିଜ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଥାଆନ୍ତି। ଜାଁୟସୀଙ୍କୁ ଡିଜାଇନିଙ୍ଗ୍‌ ଏବଂ ମଡେଲିଙ୍ଗ୍‌ ପ୍ରତି ବିଶେଷ ରୁଚି ରହିଛି। ଜଣେ ସଫଳ ମଡେଲ୍‌ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.