Below header

କାବୁଲରେ ନରସଂହାର! ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣରେ ୧୦୦ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ…ଏଠିସେଠି ପଡ଼ିଛି ଖଣ୍ଡବିଖଣ୍ଡିତ ଶରୀର

ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରଠାରୁ ବୋମା ବିସ୍ଫୋରଣ ଘଟଣା କମିବାର ନାଁ ଧରୁନାହିଁ। ନୂଆ ରିପୋର୍ଟ ମୁତାବକ, ରାଜଧାନୀ କାବୁଲରେ ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୦୦ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ କହିବା ହେଲା, ଘଟଣାସ୍ଥଳରେ ରିପୋର୍ଟିଂ କରିବା କଷ୍ଟସାଧ୍ୟ ଥିଲା। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ରହିଥିଲା। ସ୍କୁଲ ଆଖପାଖରେ ଏଣେତେଣେ ପଡ଼ିଥିବା ଶବଗୁଡ଼ିକୁ ଚିହ୍ନଟ କରିବା ମଧ୍ୟ ମୁସ୍କିଲ ହେଉଥିଲା। କେଉଁଠି ହାତ ପଡ଼ିଥିଲା ତ କେଉଁଠି ଗୋଡ଼। ଏହି ଦୃଶ୍ୟ ବହୁତ ହୃଦୟବିଦାରକ ଥିଲା।

ରିପୋର୍ଟ ଅନୁସାରେ, ସହରର ପଶ୍ଚିମ ଦସ୍ତ-ଏ-ବାର୍‌ଚି ଅଞ୍ଚଳରେ ଥିବା କାଜ ସ୍କୁଲରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ଜଣେ ଗଣମାଧ୍ୟମ ପ୍ରତିନିଧି ବିଲାଲ ସରଓ୍ଵରୀ ଏ ନେଇ ଏକ ଟ୍ଵିଟ୍‌ କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି, ‘ଆମେ ଏ ପର୍ଯ୍ୟନ୍ତ ୧୦୦ ମୃତଦେହ ଗଣନା କରିଛୁ। ମୃତ ଛାତ୍ରଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଶ୍ରେଣୀ ଗୃହଗୁଡ଼ିକରେ ମୃତଦେହଗୁଡ଼ିକ ଏଣେତେଣେ ପଡ଼ିଛି। ଏହି ଛାତ୍ରମାନେ ବିଦ୍ୟାଳୟରେ ଆଡ୍‌ମିଶନ ନେବା ପାଇଁ ଭିଡ଼ ଜମାଇଥିଲେ’।

ସେ ଆହୁରି ଲେଖିଥିଲେ ଯେ ଏହି ଘଟଣାରେ ଅଧିକାଂଶ ହେଉଛନ୍ତି ଛାତ୍ର, ଯେଉଁମାନଙ୍କ ମଧ୍ୟରେ ଅଧିକ ଥିଲେ ହଜାରା ଓ ଶିଆ। ଏମାନଙ୍କର ମୃତ୍ୟୁ ଘଟିଛି। ହଜାରା ଆଫଗାନିସ୍ତାନର ତୃତୀୟ ସବୁଠାରୁ ବଡ଼ ସମ୍ପ୍ରଦାୟ। ଏଥି ସହିତ ଟ୍ଵିଟରରେ ବିସ୍ଫୋରଣ ପୂର୍ବର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା, ଯେଉଁଠି ଆତଙ୍କୀମାନେ ବୋମା ବିସ୍ଫୋଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.