ମାଙ୍କଡ ହାତରେ ଶାଳଗ୍ରାମ ଧରାଇବା ଭଳି ଆଫଗାନିସ୍ତାନ ଜିମ୍‌ ଭିତରେ ପଶି ତାଲିବାନୀ କଣ ହେଉଛନ୍ତି ଦେଖନ୍ତୁ ଭିଡିଓ

ତାଲିବାନ୍‌ ଆଫଗାନିସ୍ତାନକୁ କବ୍ଜା କରିନେଇଛି। ପୁରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ କାବୁଲରେ ତ ଆତଙ୍କର ମାହୋଲ ଲାଗି ରହିଛି। ଲୋକେ ଦେଶ ଛାଡ଼ି ପଳାଉଛନ୍ତି। ଗୋଟିଏ ପଟେ ଯେଉଁଠି ଲୋକେ ଆଫଗାନିସ୍ତାନ ଛାଡ଼ି ପଳାଉଛନ୍ତି, ସେଠି ତାଲିବାନୀ ମାନେ ଏକଦମ୍‌ ମସ୍ତି କରୁଥିବାର ନଜର ଆସୁଛନ୍ତି।

ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ସେଠାରୁ ବହୁତ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଲଗାତର ଭାଇରାଲ ହେବାରେ ଲାଗିଛି। ଯେଉଁଠି ଦେଖିବାକୁ ମିଳୁଛି ଯେ ସେଠାରେ ଲୋକମାନଙ୍କ ପରିସ୍ଥିତି କଣ ଅଛି। ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ତାଲିବାନୀ ଲଢ଼ୁଆମାନେ ଏକ ଜିମ୍‌ ଭିତରେ ପଶି ଓ୍ଵାର୍କଆଉଟ୍‌ କରୁଛନ୍ତି। ଏହି ଜିମ୍‌ ପୂରା ଖାଲି ଥିବା ଦେଖୁବାକୁ ମିଳୁଛି ଆଉ ଏଠାରେ କେବଳ ଏମାନଙ୍କୁ ହିଁ ଦେଖିବାକୁ ମିଳୁଛି।

ଏମାନେ ଏ ଜିମ୍‌ ଭିତରେ ପଶି ଏମିତି ହଉଛନ୍ତି ଯେମିତି ଲାଗୁଛି ଏମାନେ ପ୍ରଥମ ଥର ପାଇଁ ଜିମ୍‌ ଦେଖୁଛନ୍ତି। ଏମାନଙ୍କ ଭିତରୁ କିଛି ଓ୍ଵାର୍କ ଆଉଟ କରୁଛନ୍ତି ତ ଆଉ କିଏ ସେଠାରେ ଥିବା ଜିମ୍‌ ସାମଗ୍ରୀକୁ ଦେଖି ଭାବୁଛନ୍ତି ଏହାର କାମ କଣ ବୋଲି। ନୂଆ କରି ଜିମ୍‌ ଆଉ ଏପରି ଜିନିଷ ପତ୍ର ଦେଖିବା ଭଳି ଏମାନେ ଜିମରେ ଦୌଡୁଛନ୍ତି।

ତେବେ ଏହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଯାହା ମନ ହଉଛି କରିଚାଲ, କେହି ଅଟାକାଇବାକୁ ନାହାଁନ୍ତି। ’ଏହା ପୂର୍ବରୁ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଲିବାନୀମାନେ ଛୋଟ ପିଲାଙ୍କ ପାର୍କରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ସେଠାରେ ଥିବା ଛୋଟ ପିଲାଙ୍କ ଗାଡିରେ ଖେଳୁଥିବା ନଜର ଆସୁଛନ୍ତି।

ଆଫଗାନିସ୍ତାନରେ ଏହି ସମୟରେ ବହୁତ ଖରାପ ପରିସ୍ଥିତି ରହିଛି। ଦେଶକୁ କବ୍ଜା କରିବା ପରେ ଏବେ ତାଲିବାନ ନିଜ ସରକାର ଗଠନ କରିବାକୁ ପ୍ରସ୍ତୁତି କଲାଣି। କୁହାଯାଉଛି ଯେ ଆଫଗାନିସ୍ତାନର ନୂଆ ରାଷ୍ଟ୍ର ମୁଖ୍ୟ ହେବେ ମୁଲ୍ଲା ଅବଦୁଲ ଗନୀ ବରାଦର। କତାର ଦୋହାରୁ ଆଫଗାନିସ୍ତାନ ଆସିବେ ବରାଦର। ତେବେ ବର୍ତ୍ତମାନ ତାଲିବାନମାନେ ଆଫଗାନିସ୍ତାନକୁ ଥରହର କରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.