ଜଲାଲାବାଦରେ ତାଲିବାନର କବ୍‌ଜା ପରେ ରାଜଧାନୀ କାବୁଲ ପୂର୍ବ ଭାଗରୁ ହେଲା ବିଚ୍ଛେଦ

ଆଫଗାନିସ୍ତାନରେ ତାଲିବାନର କବଜାକୁ ନେଇ ବଢ଼ୁଛି ଚିନ୍ତା । ତାଲିବାନର ଆତଙ୍କ ଭୟ ଏବେ ପୁରା ଆଫଗାନିସ୍ତାନରେ ଖେଳିଯାଇଛି । ସୂଚନା ମୁତାବକ ଏବେ ତାଲିବାନ ଜଲାଲାବାଦକୁ ନିଜ କବଜାକୁ ଆଣିଛି । । ଏହା କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଦେଶର ପୂର୍ବ ଭାଗର ସମ୍ପର୍କରୁ ବାଦ୍ ପଡ଼ିଛି ।

ତାଲିବାନ ଆଜି ଅର୍ଥାତ ରବିବାର ୧୫ ଅଗଷ୍ଟରେ କିଛି ଫଟୋ ଅନଲାଇନରେ ସେୟାର କରିଥିଲା । ଏଥିରେ ଜଲାଲାବାଦକୁ କବଜା କରି ଗଭର୍ଣ୍ଣର ଅଫିସରେ ଦେଖିବାକୁ ମିଳିଥିଲା । ସାଂସଦ ଅବରାରୁଲ୍ଲା ମୁରାଦ ଏହାକୁ ନେଇ ମିଡ଼ିଆରେ ସୂଚନା ଦେଇଛନ୍ତି । ତାଲିବାନ ଜଲାଲାବାଦକୁ କବଜା କରିଥିବାର ସେ କହିଛନ୍ତି ।

kabul
pc: india today

ଏଠାରେ କୌଣସି ହିଂସାତ୍ମକ କାର୍ଯ୍ୟ ଏପର୍ଯ୍ୟନ୍ତ ଘଟିନାହିଁ । କାରଣ ଗଭର୍ଣ୍ଣର ତାଲିବାନ ପାଖରେ ନିଜର ଆତ୍ମସମର୍ପଣ କରିଛନ୍ତି । ଏହା କରିବା ଦ୍ୱାରା ଆଫଗାନିସ୍ତାନ ବାସୀଙ୍କ ଜୀବନ ବଞ୍ଚିଯିବ । ତାଲିବାନ ଏହାର ଏକ ବଡ଼ ଅଞ୍ଚଳକୁ କବଜା କରିଛି । ଏହାପରେ ଆଫଗାନିସ୍ତାନର ସରକାରଙ୍କ ଉପରେ ଚାପ ପଡ଼ିଛି । ଏହାକୁ ଦେଖି ଆମେରିକା, ବ୍ରିଟେନ ଓ କାନାଡା ନିଜର ରାଜନୈତିକ ଷ୍ଟାଫଙ୍କୁ ସାହାଯ୍ୟ କରିବା ପାଇଁ ସୈନିକ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.