ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ, ବଢ଼ିଲା ଡ୍ରାଏ ଫ୍ରୁଟସ୍‌ ଦାମ୍

ଭାରତ ସହ ଆମଦାନୀ, ରପ୍ତାନୀ ବନ୍ଦ କଲା ତାଲିବାନ। ଆଫଗାନିସ୍ତାନ ଦଖଲ କରିବା ପରେ ଗୋଟିଏ ଗୋଟିଏ ନିଷ୍ପତ୍ତି ବଦଳାଉଛି ତାଲିବାନ। ଏବେ ଭାରତର ସହ ଆମଦାନୀ ଓ ରପ୍ତାନୀ କାରବାର ତାଲିବାନ ବନ୍ଦ କରିଦେଇଛି। ଫେଡେରସନ ଅଫ ଇଣ୍ଡିଆ ଏକ୍ସପର୍ଟ ଅର୍ଗାନାଇଜେସନ ପକ୍ଷରୁ ଏହି ସୂଚନା ମିଳିଛି।

ତାଲିବାନ ସମସ୍ତ କାର୍ଗୋ ଚଳାଚଳକୁ ଅଟକାଇ ଦେଇଛି। ଏହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ବହୁ ସହର ଉପରେ ପଡିଛି। ଫଳରେ ଡ୍ରାଏ ଫ୍ରୁଟସ୍‌ ଦର ଆକାଶ ଛୁଆଁ ହୋଇଛି। ଆଫଗାନିସ୍ତାନରୁ ପିସ୍ତା, ବାଦାମ, ଓ ଅଖରୋଟ ପରି ବହୁ ଡ୍ରାଏ ଫ୍ରୁଟସ୍‌ ଭାରତକୁ ଆସିଥାଏ। ୧୫ରୁ ୨୦ ଦିନ ହେବ ଆଫଗାନିସ୍ତାନରୁ କୌଣସି ମାଲ୍‌ ଆସିନଥିବାରୁ ବଜାରରେ ଏପରି ମୂଲ୍ୟ ବଢିଛି ବୋଲି କହିଛନ୍ତି ବ୍ୟବସାୟୀ।

ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଏବେ ରାଜ୍‌ କରୁଛି ତାଲିବାନ୍‌। ରାଷ୍ଟ୍ରପତି ଅଶରଫ ଗନି ଦେଶ ଛାଡ଼ି ପଳାୟନ କରିବା ପରେ ତାଲିବାନ୍‌ ହାତକୁ ଚାଲିଯାଇଛି ଦେଶର ଶାସନ କ୍ଷମତା। ବନ୍ଧୁକମୁନରେ ଏବେ ଆଫଗାନିସ୍ତାନକୁ କବ୍‌ଜା କରି ନେଇଛି ତାଲିବାନ୍‌। ଏଣୁ ନିଜ ଇଚ୍ଛା ମୁତାବକ ଅନ୍ୟ ଦେଶ ସହ ବ୍ୟବସାୟିକ ସମ୍ପର୍କ ରଖୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.