ଟାଟା ସନ୍ସ ଜିତିନେଲା ଏୟାର ଇଣ୍ଡିଆ ନିଲାମ, କେବଳ ଔପଚାରିକ ଘୋଷଣା ବାକି

ନୂଆଦିଲ୍ଲୀ : ବିକ୍ରି ହୋଇଗଲା ଏୟାର ଇଣ୍ଡିଆ । ଘରୋଇ ସଂସ୍ଥା ହାତକୁ ଗଲା ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆ । ସରକାର ଡାକିଥିବା ନିଲାମ ପ୍ରକୟିୟାରେ ଟାଟା ସନ୍ସ ନିଲାମ ଜିତିଛି । ଏବେ ଏୟାର ଇଣ୍ଡିଆ ଟାଟା ସନ୍ସ ଅଧୀନକୁ ଯିବ । କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ସିଭିଲ ଏଭିଏସନ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି ।

ସରକାରଙ୍କ ପକ୍ଷରୁ ଡକାଯାଇଥିବା ଦୁଇଟି ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପକୁ ସରକାର ମନୋନୟନ କରିଥିବା ଜଣାଯାଇଛି । ଖୁବ୍‌ ଶୀଘ୍ର ସରକାରୀ ଭାବେ ଏହା ଘୋଷଣା କରାଯିବା ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶଯୋଗ୍ୟ ଯେ ୨୩ ହଜାର କୋଟି ଟଙ୍କା କ୍ଷତିରେ ଏୟାର ଇଣ୍ଡିଆ ଚାଲୁଥିଲା ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.