‘ପାକିସ୍ତାନ ଆମର ପ୍ରିୟ ମାତୃଭୁମି’ ଉଦାହରଣ ଦେଇ ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଉଥିଲେ ଶିକ୍ଷୟିତ୍ରୀ, ଭିଡିଓ ଭାଇରାଲ୍‌ ପରେ ହେଲା ଏପରି

ଗୋରଖପୁର : ଭାରତ ଉତ୍ତରପ୍ରଦେଶ ରାଜ୍ୟର ଗୋରଖପୁରରେ ଜଣେ ଶିକ୍ଷୟିତ୍ରୀଙ୍କ ଦେଶଦ୍ରୋହ ହରକତ ପାଇଁ ଚାକିରି ଯାଇଥିବା ଜଣାଯାଇଛି । ଲକ୍‌ଡାଉନ୍‌ ପାଇଁ ଏବେ ସବୁଠି ଅନ୍‌ଲାଇନ୍‌ ଜରିଆରେ ପାଠ ପଢ଼ା ଚାଲିଛି ।

ଗୋରଖପୁରର ଏକ ସ୍କୁଲର ଉକ୍ତ ଶିକ୍ଷୟିତ୍ରୀ ଅନ୍‌ଲାଇନ୍‌ରେ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଉଦାହରଣ ଜରିଆରେ ପାକିସ୍ତାନକୁ ନେଇ ଏପରି କିଛି ଉଦାହରଣ ଦେଇଥିଲେ ଯେଉଁଥିରୁ ଦେଶଦ୍ରୋହର ସ୍ପଷ୍ଟ ବାସ୍ନା ବାରି ହେଉଥିଲା ।

ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ଦେଶରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଅଭିଭାବକମାନେ ସ୍କୁଲରେ ହଙ୍ଗାମା କରିବାରୁ ଉକ୍ତ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଘଟଣା ଥିଲା ଏପରି ।

teaching.JPG-1

ଶିକ୍ଷୟିତ୍ରୀ ଶାଦବ ଖାନ୍‌ମ୍‌ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଅନ୍‌ ଲାଇନ୍‌ ଜରିଆରେ ଇଂରାଜୀର ନାଉନ୍‌ କ୍ଲାସ୍‌ ନେଉଥିଲେ । ଏଥିରେ ଉଦାହରଣ ଦେଇ ହ୍ଵାଟ୍ସଆପ୍‌ରେ ସେ ଲେଖିଥିଲେ ‘ପାକିସ୍ତାନ ଇଜ୍‌ ଆଓ୍ଵାର ଡ୍ରିମ୍‌ ଲାଣ୍ଡ, ପାକିସ୍ତାନ ପାଇଲଟ୍‌ ରାଶିଦ୍‌ ମିହ୍ନାସ୍‌ ଇଜ୍‌ ଏ ବ୍ରେଭ୍‌ ସୋଲ୍‌ଜର ।

ପିଲାମାନେ ଏପରି ଉତ୍ତର ଦେଖି ଚକିତ ହୋଇଯାଇଥିଲେ । ଏକଥା ଘରେ ଦେଖାଇଥିଲେ । ଏହି ଭିଡ଼ିଓ ଭାଇରାଲ୍‌ ହେବା ପରେ ଅଭିଭାବକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଦେଖା କରି ଉକ୍ତ ଶିକ୍ଷକ ପିଲାଙ୍କୁ ଦେଶ ଦ୍ରୋହ ଶିକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

teaching

ଫଳରେ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ହେଲେ ଉକ୍ତ ଶିକ୍ଷୟିତ୍ରୀ ନିଜକୁ ବଞ୍ଚାଇବା ପାଇଁ ସଫେଇ ଦେଇଛନ୍ତି ଯେ ଭୁଲ୍‌ରେ ‘ଗୁଗ୍‌ଲୀ’ରୁ ଡାଉନ୍‌ଲୋଡ୍‌ ହେଲା ବେଳେ ଏହା ପିଲାଙ୍କ ପାଖକୁ ଚାଲି ଯାଇଛି । ମୁଁ ଜଣେ ସଚ୍ଚା ଦେଶ ଭକ୍ତ ବୋଲି ନିଜକୁ ସେ କହିଛନ୍ତି ।

ହେଲେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି । ଗୁଗ୍‌ଲୁରେ କେବେ ବି ଏପରି ଉଦାହରଣ ଭୁଲ୍‌ରେ ଆସିବ ନାହିଁ ବୋଲି କହିଛନ୍ତି । ଶିକ୍ଷୟିତ୍ରୀ ଜାଣିଶୁଣି ଏହା କରିଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ସ୍କୁଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.