କେନ୍ୟୁଜ୍(ବ୍ୟୁରୋ): ଗମ୍ଭୀର ହେଉଛି ୟୁକ୍ରେନ୍ ସଂକଟ । ଯୁଦ୍ଧ ଟାଳିବାକୁ ସମସ୍ତ କୂଟନୈତିକ ପ୍ରୟାସ ସତ୍ତ୍ୱେ ବଢ଼ୁଛି ଉତ୍ତେଜନା। ଆକ୍ରମଣ ଅପେକ୍ଷାରେ ଶହଶହ ଫାଇଟର ଜେଟ୍ । ତେବେ ଯୁଦ୍ଧ ଟାଳିବାକୁ ବିଳମ୍ବ ହୋଇନି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। କୂଟନୈତିକ ଆଲୋଚନାରେ ସଙ୍କଟ ଟଳିପାରେ ବୋଲି ସେ କହିଛନ୍ତି।
ଏହା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲୋଦମିର ଜେଲେନସ୍କି। ସୁରକ୍ଷା ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, ମୁଁ ଜାଣିନି ପୁଟିନ କଣ ଚାହାନ୍ତି। ତେଣୁ ମୁଁ ତାଙ୍କୁ ସାକ୍ଷାତ ପାଇଁ ପ୍ରସ୍ତାବ ଦେଉଛି। ଋଷ ସାକ୍ଷାତକାର ପାଇଁ ନିଜେ ସ୍ଥାନ ଚୟନ କରିପାରିବ।