ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ: ନିଶ୍ୱାସ ,ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ : ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ । ବଢ଼ୁଛି ପ୍ରଦୂଷଣ, ବଢ଼ୁଛି ସମସ୍ୟା । ସୋମବାର ସକାଳେ ଦିଲ୍ଲୀ ଆକାଶରେ ଚାରିଆଡେ ଦେଖାଦେଇଛି ଧୂଆଁ । ଦିଲ୍ଲୀର କିଛି ସ୍ଥାନରେ ଆଜି ବାୟୁ ଗୁଣବତ୍ତା ଚିନ୍ତା ଜନକ ସ୍ଥିତିରେ ରହିଛି । ସେହିପରି ଆନନ୍ଦ ବିହାରରେ AQI ଅର୍ଥାତ ଏଆର କ୍ୱାଲିଟି ୪୧୮ ରେ ପହଞ୍ଚିଲାଣି । ସୋମବାର ଦିନ AQI ୪୦୫ ଥିଲାବେଳେ ମଙ୍ଗଳବାର ଦିନ AQI ୪୧୮ ରେ ପହଞ୍ଚିଛି । ତେବେ ଆନନ୍ଦ ବିହାର ରାଜଧାନୀ ଦିଲ୍ଲୀରେ ସବୁଠାରୁ ପ୍ରଦୂଷିତ ସହର ବୋଲି କୁହାଯାଉଛି । ବଢ଼ୁଥିବା ପ୍ରଦୂଷଣ କୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ସାଙ୍ଘାତିକ ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଦିଲ୍ଲୀରେ ଅଧିକାଂଶ ଅଞ୍ଚଳରେ AQI ୧୦ ରୁ କମ ରହିଛି ଯାହା ଦ୍ୱାରା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ । ଖାସ କରି ରୋଗୀଣା ଲୋକଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିଛି। କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି। ଏପରିକି ଯେଉଁମାନେ ଆସ୍ଥମା ,ହାର୍ଟ ରୋଗୀ ସେହିମାନେ ନିଶ୍ୱାସ ,ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ରିପୋର୍ଟ ଅନୁସାରେ ଦିଲ୍ଲୀରେ ବର୍ଷା ହେବା ଦ୍ୱାରା ବାୟୁର ଗୁଣବତ୍ତା ରବିବାର ସନ୍ଧ୍ୟା ୭ଟା ରେ ଏକ୍ୟୁଆଇ 50 ଥିଲା । ଯାହାକୁ ବହୁତ ଖରାପ ବୋଲି କୁହାଯାଉଥିଲା
SAFAR ର ସୂଚନା ଅନୁସାରେ ୨୧ ସେପ୍ଟେମ୍ବର ରେ ପବନର ବେଗ ବଢିବା ସଙ୍ଗେ ସଙ୍ଗେ ବର୍ଷା ହେବାର ସମ୍ଭାବନ ରହିଛି । ଯାହା ଫଳରେ ତାପମାତ୍ରା ହ୍ରାସ ଓ ବାୟୁ ପ୍ରଦୂଷଣ ସ୍ତର କମି ସନ୍ତୋଷଜନକ ସ୍ଥିତିରେ ରହିବ ବୋଲି ଅନୁମାନ କରାଯାଇଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । ୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.