ବାଇକରେ ଥିଲା କମ ପେଟ୍ରୋଲ ! ଟ୍ରାଫିକ ପୋଲିସ କାଟିଲେ ୨୫୦ ଟଙ୍କାର ଚାଲାଣ

ଚାଲାଣର ଏକ ରସିଦ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମାମଲାଟି କେରଳରେ ଘଟିଛି । ଘଟଣାଟି ଟିକେ ଅଦ୍ଭୁତ । ଏଠି ଜଣେ ବ୍ୟକ୍ତିଙ୍କ ଠାରୁ ଏଥିପାଇଁ ଚାଲାଣ କଟାଯାଇଛି କାହିଁକି ନା ସେ ନିଜ ଗାଡ଼ିରେ ପର୍ଯ୍ୟାପ୍ତ ଇନ୍ଧନ ନଥାଇ ଚଳାଉଥିଲେ । ଅର୍ଥାତ ବ୍ୟକ୍ତି ଜଣଙ୍କ ନିଜ ବାଇକରେ କମ ଇନ୍ଧନ ପୁରାଇ ସଡକକୁ ଓଲ୍ହାଇ ଯାଇଥିଲେ । ଏହି କଥା ହୁଏତ ଅଧିକାଂଶଙ୍କର ମନରେ ପ୍ରଶ୍ନ ଉଠୁଛି ଯଦି ଗାଡ଼ିରେ କମ ଇନ୍ଧନ ଥିଲା ତାହେଲେ ସେକିପରି ଗାଡି ଚଳାଉଥିଲେ । ଅବଶ୍ୟ ପରେ ବାଇକ ଚାଳକ ଜଣଙ୍କ ସ୍ପଷ୍ଟୀକରଣ ଦେଇଛନ୍ତିକି ଏକ ତରଫା ରାସ୍ତାରେ ଭୁଲ ଦିଗରେ ଗାଡ଼ି ଚଳାଉଥିବା କାରଣରୁ ଏହି ଚାଲାଣ କଟାଯାଇଛି । କିନ୍ତୁ ଭୁଲରେ ପୋଲିସ ଜଣଙ୍କ ରସିଦରେ “ଲୋ ଫୁଏଲ” ଲେଖିଦେଇଛନ୍ତି ।

ରିପୋର୍ଟ ମୁତାବକ କେରଳର ବେଶିଲ ଶ୍ୟାମ ନାମକ ଜଣେ ବ୍ୟକ୍ତି ବାଇକରେ ଅଫିସ ଯାଉଥିଲେ । ଡେରି ହେଉଥିବା କାରଣରୁ ଚାଳକ ଜଣଙ୍କ ୱାନ ୱେରେ ବାଇକ ନେଇ ଯାଉଥିଲେ । ଆଉ ଏଭିତରେ ଟ୍ରାଫିକ ପୋଲିସ ଜଣଙ୍କ ତାଙ୍କୁ ଅଧା ରାସ୍ତାରେ ଅଟକାଇଥିଲେ ଆଉ ତାଙ୍କ ଠାରୁ ୨୫୦ ଟଙ୍କାର ଏକ ଚାଲାଣ କଟାଇଥିଲେ | କିନ୍ତୁ ପରେ ଭଲ ଭାବରେ ଚାଲାଣ ରସିଦ ଦେଖିବାରୁ ବାଇକରେ କମ ତେଲ ଥିବାରୁ ଏହି ଚାଲାଣ କଟାଯାଇଥିବା ଜଣାପଡିଥିଲା । କେରଳ ଟ୍ରାନ୍ସସ୍ପୋର୍ଟ ଆଇନ ମୁତାବକ ଏହି ପରି ଚାଲାଣ ପ୍ରକୃତରେ ବ୍ୟବସାୟିକ ବାହାନ ପାଇଁ କଟାଯାଇଥାଏ । ଯାହାକି କମ ଇନ୍ଧନରେ ସଡକ ଉପରେ ଚାଲିଥାଏ । ଏହା ପରେ ଯେବେବି କୌଣସି ଯାତ୍ରୀ ଗାଡି ସହିତ ଯାଉଥାନ୍ତି ସେହି ସମୟରେ ପେଟ୍ରୋଲ, ଡିଜେଲ କିମ୍ବା ସିଏନଜି ଭର୍ତ୍ତି କରିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.