ତେଲେଙ୍ଗାନାରେ ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ, ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗରୁ ଉପରକୁ ଉଠିଥିବା ବେଳେ ଘଟିଲା ଦୁର୍ଘଟଣା

ତେଲେଙ୍ଗାନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ନଗରକୁରକୁଲ୍‌ ଜିଲ୍ଲାରେ ଏକ ଉଠା ଜଳସେଚନ ପ୍ରକଳ୍ପ କାମ କରୁଥିବା ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ, ଏହି ଶ୍ରମିକମାନଙ୍କୁ ଯେତେବେଳେ ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଭିତରୁ କେବୁଲ୍‌ ସହାୟତାରେ ଉପରକୁ ଅଣା ଯାଉଥିଲା, ସେହି ସମୟରେ ହଠାତ୍‌ ଅଘଟଣ ଘଟିଥିଲା। ଫଳରେ ୫ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏ ନେଇ ପୋଲିସ ସୂଚନା ଦେଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.