କଶ୍ମୀର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ପାକିସ୍ତାନ ନିରାଶ

ଜମ୍ମୁ-କଶ୍ମୀର(କେନ୍ୟୁଜ୍): ଜାମ୍ମୁ-କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ବୈଠକରେ ପାକିସ୍ତାନ ଓ ଚୀନକୁ ଝଟକା । ଏଥିସହ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବାରେ ସେମାନେ ବିଫଳ ହୋଇଛନ୍ତି । ଭାରତ ସପକ୍ଷରେ ବାହାରିଛି ରୁଷ । କହିଛି କଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ସେହିପରି ଟଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକ୍‌ବୁରଦ୍ଦିନ କହିଛନ୍ତି, ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ଇସଲାମବାଦ ପ୍ରଥମେ ଆତଙ୍କବାଦ ବନ୍ଦ କରୁ । ତା ନହେଲେ କଥାବାର୍ତ୍ତା ଆରମ୍ଭ କରାଯିବା ସମ୍ଭବ ନୁହେଁ । ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ଭାରତରେ ହିଂସାକାଣ୍ଡ ପାଇଁ ଜିହାଦକୁ ପ୍ରୋତ୍ସାହିତ କରୁଛି । ସମ୍ବିଧାନର ଧାରା ୩୭୦ ହଟାଇବା ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସେ ସ୍ପଷ୍ଟ କରିଛନ୍ତି । କହିଛନ୍ତି ଜାମ୍ମୁକାଶ୍ମୀରର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଜମ୍ମୁକଶ୍ମୀରରେ ପରିସ୍ଥିତି ଏବେ ଶାନ୍ତ ଓ ସୌହାର୍ଦ୍ଦପୂର୍ଣ୍ଣରହିଛି । ଆତଙ୍କବାଦକୁ ବନ୍ଦ କଲେ ପାକିସ୍ତାନ ସହ କଥାବାର୍ତ୍ତା କରାଯିବ ବୋଲି ଆକବରୁଦ୍ଦିନ କହିଛନ୍ତି । ଏପଟେ କଶ୍ମୀରରେ ସ୍ଥିତି ବିପଦପୂର୍ଣ୍ଣ ରହିଛି, ଭାରତର ଏକତରଫା ନିଷ୍ପତ୍ତି ଠିକ ହୋଇନାହିଁ ବୋଲି ଚୀନ ଯୁକ୍ତି ବାଢିଛି । ଗତକାଲି ରୁଦ୍ଧଦ୍ୱାର ବୈଠକରେ ଜାତିସଂଘ ନିରାପତ୍ତା ପରିଷଦର ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଓ ୧୦ ଅସ୍ଥାୟୀ ରାଷ୍ଟ୍ର ସାମିଲ ହୋଇଥିଲେ । ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ନେଇ ନେଇ ବୈଠକରେ ଉଦ୍‌ବେଗ ପାଇଛି। ଏହି ପ୍ରସଙ୍ଗରେ ବିଧିବଦ୍ଧ ଆଲୋଚନା ନେଇ ପାକିସ୍ତାନ ଦାବିକୁ ନିରାପତ୍ତା ପରିଷଦ ଅଗ୍ରାହ୍ୟ କରିଦେଇଛି । ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍ରେସ ସ୍ପଷ୍ଟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.