ଜାଣନ୍ତୁ କେଉଁଠି ତିଆରି ହୁଏ ତ୍ରିରଙ୍ଗା, କାହା ପାଖରେ ରହିଛି ଏକଚାଟିଆ ଅଧିକାର ?

ବେଙ୍ଗାଲୁରୁ (କେନ୍ଯୁଜ୍) : ଆମେ ସମସ୍ତେ ଜାଣିଛେ ତ୍ରିରଙ୍ଗା ହେଉଛି ଭାରତର ଜାତୀୟ ପତାକା  । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ତ୍ରିରଙ୍ଗା ପତାକାର ନିର୍ମାଣ କେନ୍ଦ୍ର କେଉଁଠାରେ ହୋଇଥାଏ ? ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ, ଦେଶର କେବଳ ଗୋଟିଏ ସ୍ଥାନରେ ତିରଙ୍ଗା ପତାକା ନିର୍ମାଣ ପାଇଁ ସ୍ୱୀକୃତି ଦିଆଯାଇଛି । ଭାରତର ରାଷ୍ଟ୍ରପତି ଭବନ,ସଂସଦୀୟ କ୍ଷେତ୍ର,ରାଜ୍ୟର ସମସ୍ତ ସଚିବାଳୟ ଓ ବିଧାନ ସୈାଧ,ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମେତ ରାଜ୍ୟରେ ଥିବା ସମସ୍ତ ନ୍ୟାୟଳୟ ତଥା ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଏହି ତ୍ରିରଙ୍ଗା ପତାକା ପ୍ରତ୍ୟେକ ଦିନ ଦେଖିବାକୁ ମିଳେ । ଏହା ଛଡ଼ା ତ୍ରିରଙ୍ଗା ପତାକା ସମସ୍ତ ସ୍କୁଲ ଓ କଲେଜ ମାନଙ୍କରେ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ରେ ଉତଳନ କରାଯାଇଥାଏ । ଆଜି ଆମେ ଏହାର ପ୍ରସ୍ତୁତି କେନ୍ଦ୍ର ବିଷୟରେ କହିବାକୁ ଯାଉଛି।

India Independence Day

ଦେଶର ମାନସମ୍ନାନର ପ୍ରତିକ ଭାବେ ଜଣାଯାଉଥିବା ତ୍ରିରଙ୍ଗା କର୍ଣ୍ଣାଟକ ରାଜ୍ୟରେ ଥିବା କର୍ଣ୍ଣାଟକ ଖଦି ଗ୍ରାମଦ୍ୟେଗୀ ସାମ୍ୟୁକ୍ତ ସଂଘ ଦ୍ୱାରା ନିର୍ମାଣ କରାଯାଇଛି । ଯାହାକି ଦେଶର ବିୟୁରୋ ଅଫ୍ ଇଣ୍ଡିଆ ଷ୍ଟାଣ୍ଡାର୍ସ(ବିଆଇ ଏସ୍)ଦ୍ୱାରା ଏକକ ସ୍ୱୀକୃତି ପ୍ରାପ୍ତ ସଂସ୍ଥା । ଏହା କର୍ଣ୍ଣାଟକ ରାଜ୍ୟର ବେଙ୍ଗିରି ଜିଲ୍ଲା ହୁବ୍ଳି ଠାରେ ଅବସ୍ଥିତ ।

flag1

ଏହି ସଂସ୍ଥା ୧୮୫୭ ମସିହା ନଭେମ୍ବର ମାସ ୧ ତାରିଖରେ ପ୍ରତିଷ୍ଠା ହୋଇଥିବା ବେଳେ ଏହାକୁ ପ୍ରଥମେ ଏଚ୍ ଏ ପଇ,ଅନନ୍ତ ଭାଟ୍ଟ,ଜୟଦେବ ରାଓକୁଲକର୍ଣ୍ଣ,ବିକେ ଗୋଖାଲେ,ବାସୁଦେବ ରାଓ,ବିଏଚ୍ ଇନାମ୍ ଦାର ପ୍ରମୁଖ ମିଳିମିଶୀ ଏହାର ଶୁଭାରମ୍ଭ କରିଥିଲେ । ଏମାନଙ୍କ ମିଳିତ ସହ ଯୋଗରେ ଖୋଲାଯାଇଥିବାରୁ ଏହାକୁ ସାମ୍ୟୁକ୍ତ ସଂଘ ବୋଲି ନାମ କରଣ କରାଯାଇଛି । ଏହାର ମୁଖ୍ୟ ଉଦ୍ୟେଶ୍ୟ ଥିଲା ଏକାକୀ ଏହି ସଂସ୍ଥା ଗ୍ରାମ ମାନଙ୍କରେ ଥିଭା ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି କରି ସେମାନଙ୍କୁ ରୋଜଗାରକ୍ଷମ କରାଇବା । ପରବର୍ତୀ ସମୟ ଅର୍ଥାତ ୧୮୮୨ ମସିହାରେ କେବଳ ଖଦି ଉତ୍ପାଦନ ସହ ଏଥିରେ ତ୍ରିରଙ୍ଗା ପତାକା ନିର୍ମାଣ କରାଗଲା ।

indian_flag

ଏଠାରେ ତ୍ରିରଙ୍ଗା ପତାକା ସହ ଏହିଠାରେ ଖଦି ବ୍ୟାଗ୍,ଖଦି ଦରି,ଖଦି ଟୋପି,ଖଦି ବେଡସିଟ୍ ଇତ୍ୟାଦି ନିର୍ମାଣ କରାଯାଇଥାଏ । ଏହି ଠାରେ ମୁଖ୍ୟତଃ ଉତ୍ପାଦିତ ତ୍ରିରଙ୍ଗା ପତାକା ଯାହାକି ଭାରତର ସମସ୍ତ ରାଜ୍ୟକୁ ରତ୍ପାନୀ କରାଯାଇଥାଏ । ରିପୋର୍ଟ ଅନୁସାରେ ଏହି ସଂସ୍ଥାର ବାର୍ଷିକ କାରବାର ପାଖାପାଖି ୧୫ ମିଲିୟନ ବୋଲି ସୁଚନା ମିଳିଛି । ଏହିଠାରେ ମୁଖ୍ୟତଃ ମହିଳା ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ମିଳିଥାଏ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.