ବାହା ହେବେ କି ରାହୁଲ ଗାନ୍ଧୀ? ତାମିଲନାଡ଼ୁରେ ମିଳିଛି ପ୍ରସ୍ତାବ

ତାମିଲନାଡ଼ୁ: ବାହା ହେବେ କି ରାହୁଲ ଗାନ୍ଧୀ ? ତାମିଲନାଡ଼ୁରେ ମିଳିଛି ପ୍ରସ୍ତାବ । ଭାରତ ଯୋଡ଼ୋ ଯାତ୍ରାର ତୃତୀୟ ଦିନରେ ରାହୁଲଙ୍କୁ ମିଳିଛି ବିବାହ ପ୍ରସ୍ତାବ । ତେବେ କୌଣସି ଝିଅ ଏହି ପ୍ରସ୍ତାବ ଦେଇ ନାହାନ୍ତି । ତାମିଲନାଡ଼ୁରୁ କନ୍ୟା ଗ୍ରହଣ କରିବାକୁ ଜଣେ ବୟସ୍କା ମହିଳା ଏହି ପ୍ରସ୍ତାବ ଦେଇଛନ୍ତି । ଭାରତ ଯୋଡ଼ୋ ଯାତ୍ରା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରୁଛନ୍ତି ରାହୁଲ ଗାନ୍ଧୀ ।

ତୃତୀୟ ଦିନ କିଛି ମହିଳାଙ୍କ ସହ ଆଲୋଚନା ବେଳେ ଜଣେ ମହିଳା ତାଙ୍କ ବିବାହ ପ୍ରସଙ୍ଗ ଉଠାଇଥିଲେ । କହିଲେ ତାମିଲନାଡ଼ୁକୁ ରାହୁଲ ଭଲ ପାଆନ୍ତି। ତାମିଲନାଡ଼ୁରେ ବିବାହ କରନ୍ତୁ । ତାମିଲନାଡ଼ୁ ଝିଅ ରାହୁଲଙ୍କୁ ବାହା ହେବାକୁ ରାଜି ଅଛନ୍ତି । ତେବେ ରାହୁଲ ଏହି କଥାରୁ ଆମୋଦ ନେଇଛନ୍ତି । ମହିଳାମାନଙ୍କ ସହ କଥା ହେଉଥିବାର ଫଟୋ ସେୟାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଜୟରାମ ରମେଶ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.