ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

୧୪୧ ମିଟର ଉଚ୍ଚତା ଉପରେ ଗଡ଼ିବା ଟ୍ରେନ

ଇମ୍ଫାଲ:  ମଣିପୁରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ । ଯାହା ଭାରତର ପ୍ରଗତି କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଭାବେ ପରିଚିତ ହେବ । ଏହି ବ୍ରିଜ ନିର୍ମାଣ ହେଲେ ପ୍ରାୟ ୧୪୧ ମିଟର ଉଚ୍ଚତା ଉପରେ ଟ୍ରେନ ଗଡ଼ିବା ସହିତ ଏହା ପୂର୍ବତଟ ଦେଶ ସହ ଅନ୍ୟାନ୍ୟ ଦେଶକୁ ସଂଯୋଗ କରିବ ।  ତେବେ ବ୍ରିଜର ଖମ୍ଭ ତିଆରି ସରିଥିବାବେଳେ ଇଜି ନଦୀ ଉପରେ ୧୪୧ ମିଟର ସେତୁ ବାନ୍ଧିବା ପାଇଁ ରେଳବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

1bb୭୦୩ ମିଟର ଲମ୍ବ ବ୍ରିଜ ନିର୍ମାଣରେ ହାଇଡ୍ରୌଲିକ ଅଗରର ବ୍ୟବହାର ହୋଇଛି । ୧୦୦କିମି ଦୂରତା ଜିରିବାମ-ତୁପୁଲ-ଇମ୍ଫାଲ ନ୍ୟୁ ବ୍ରଡ ଗଜ ଲାଇନ ପ୍ରକଳ୍ପର ଏହା ଏକ ଅଂଶ । ଏହି ପ୍ରକଳ୍ପରେ ସମୁଦାୟ ୪୫ଟି ଟନେଲ ରହିଛି । ସବୁଠାରୁ ଲମ୍ବା ଟନେଲର ଲମ୍ବ ୧୦.୨୮୦ କିମି ରହିଛି । ଖୁବଶୀଘ୍ର ଏହାର ନିର୍ମାଣର କାର୍ଯ୍ୟ ଶେଷ କରାଯାଇ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ରେଳ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.