ଭାରତ ସମେତ ସବୁ ଦେଶରେ ଡାଉନ୍‌ ହେଲା YouTube, ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କଲା କମ୍ପାନୀ

ମଙ୍ଗଳବାର ବିଳମ୍ବିତ ରାତିଠାରୁ ୟୁଟ୍ୟୁବ୍‌ ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ସର୍ଭିସ୍‌ ଡାଉନ୍‌ ହୋଇଯାଇଛି। ଫଳରେ ୟୁଜର୍ସ ଏହି ଭିଡିଓକୁ ଦେଖିପାରୁନାହାନ୍ତି କି ସର୍ଭିସକୁ ବ୍ୟବହାର କରିପାରୁନାହାନ୍ତି। ଲୋକମାନଙ୍କର ହୋଇଥିବା ଏହି ସମସ୍ୟା ସମ୍ପର୍କରେ ୟୁଟ୍ୟୁବ୍‌ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି। ଏହା ବ୍ୟତୀତ Downdetector.com ରେ ମଧ୍ୟ ୟୁଟ୍ୟୁବ୍‌ ସର୍ଭିସ ଡାଉନ୍‌ ହୋଇଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି।

ୟୁଟ୍ୟୁବ୍‌ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ବିଳମ୍ବିତ ରାତିରେ ଏକ ପୋଷ୍ଟ କରି ୟୁଟ୍ୟୁବ୍‌ ସର୍ଭିସ ଡାଉନ୍‌ ହୋଇଥିବା ନେଇ ସୂଚନା ଦେଇଥିଲା। ଏଥିସହ କହିଥିଲା ଯେ ଆମ ଟିମ୍‌ ଏହା ଉପରେ କାମ କରୁଛି ଓ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ ହେବ। ସୂଚନାଯୋଗ୍ୟ ଯେ ୟୁଟ୍ୟୁବ୍‌ ଭିଡିଓ ଷ୍ଟ୍ରିମିଂ ସର୍ଭିସ ଗତକାଲି ଏପ୍ରିଲ ୧୨ ବିଳମ୍ବିତ ରାତିରୁ ଡାଉନ୍‌ ହୋଇଯାଇଛି। ଏହା ପରଠାରୁ ୟୁଜର୍ସ ଏଥିରେ ଲଗ୍‌ ଇନ୍‌ କରିବା ଓ ଭିଡିଓ ଅପ୍‌ଲୋଡ୍‌ କରିବାରେ ସମସ୍ୟା ଭୋଗୁଛନ୍ତି।

ଏହା ପରେ ୟୁଟ୍ୟୁବ୍‌ ପକ୍ଷରୁ ଏପ୍ରିଲ ୧୩ ଅର୍ଥାତ୍‌ ଆଜି ଭୋରରୁ ଟ୍ଵିଟ୍‌ କରି କହିଛି ଯେ ୟୁଟ୍ୟୁବ୍‌ ସର୍ଭିସରେ ଆସୁଥିବା ସମସ୍ୟା ଠିକ୍‌ ହୋଇଯାଇଛି ଓ ଏବେ ଆପଣ ବିନା କୌଣସି ଅସୁବିଧାରେ ଲଗ୍‌ ଇନ୍‌ କରିପାରିବେ। କମ୍ପାନୀ ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି- ଅଲ୍‌ ଫିକ୍ସଡ୍‌! ଏବେ ଆପଣ ଲଗ୍‌ ଇନ୍‌ କରିପାରିବେ। ଆକାଉଣ୍ଟ ସ୍ୱିଚ୍‌ କରିପାରିବେ ଓ ଆକାଉଣ୍ଟର ମେନ୍ୟୁ, ନାଭିଗେସନ୍‌କୁ ଆକ୍ସେସ୍‌ କରିପାରିବେ। ୟୁଟ୍ୟୁବ୍‌, ୟୁଟ୍ୟୁବ୍‌ ଟିଭି ଓ ୟୁଟ୍ୟୁବ୍‌ ମ୍ୟୁଜିକର ସମସ୍ତ ସର୍ଭିସ ସବୁ ଡିଭାଇସ୍‌ରେ ରିଷ୍ଟୋର ହୋଇଛି। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ।

Also Read: ଖୁସି ଖବର! ଗ୍ରାଜୁଏସନ୍‌ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ, ଦରମା ୩୪ ହଜାର ଟଙ୍କାରୁ ଅଧିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.