Below header

ମିଛ କହୁଛନ୍ତି ‘ବାବା କା ଢାବା’ର ମାଲିକ, ୟୁଟ୍ୟୁବର କହିଲେ ଦାନରେ ଆସିଥିବା ଟଙ୍କାର ପୂରା ସତ୍ୟତା

ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରସ୍ଥିତ ଲୋକପ୍ରିୟ ଭୋଜନାଳୟ ‘ବାବା କା ଢାବା’ସହ ଜଡ଼ିତ ମାମଲାରେ ଏକ ନୂଆ ଟ୍ଵିଟ୍‌ ସାମ୍ନାକୁ ଆସିଛି। ବାବାଙ୍କୁ ସାରା ଦେଶରେ ଲୋକପ୍ରିୟ କରିଥିବା ୟୁଟ୍ୟୁବର ଗୌରବ ବାସନ୍‌ ଢାବା ମାଲିକ କାନ୍ତା ପ୍ରସାଦଙ୍କ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଗୌରବ କହିଛନ୍ତି ତାଙ୍କୁ ବଦନାମ କରାଯାଉଛି। ସେ ଢାବା ମାଲିକଙ୍କୁ ୩.୭୮ ଲକ୍ଷ ଟଙ୍କା ଦେଇଛନ୍ତି।

‘ବାବା କା ଢାବା’ ମାଲିକଙ୍କ ଭିଡିଓ ତିଆରି କରି ଗୌରବ ତାକୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହା ପରେ ଭିଡିଓଟି ପ୍ରବଳ ଭାଇରାଲ ହୋଇଥିଲା ଓ ଲୋକମାନେ ଢାବା ମାଲିକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ମାତ୍ର ଭିଡିଓ ଭାଇରାଲ ହେବାର ପ୍ରାୟ ୧ ମାସ ପରେ ଢାବା ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ବିରୋଧରେ ଟଙ୍କା ହେରଫେର କରିଥିବା ନେଇ ମାମଲା ରୁଜୁ କରିଛନ୍ତି। କାନ୍ତା ପ୍ରସାଦ କହିଛନ୍ତି ବାସନ ତାଙ୍କୁ ୨.୩୩ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି। ତାଙ୍କୁ ବାକି ଅର୍ଥ କଥା ପଚାରିବାରୁ ସେ କହିଲେ ଯେ ସେ ଜାଣିନାହାନ୍ତି ପ୍ରକୃତରେ କେତେକ ଟଙ୍କା ଜମା ହୋଇଛି। ଏନେଇ ବାସନ ତାଙ୍କୁ କୌଣସି ସୂଚନା ଦେଇନଥିବା କାନ୍ତା ପ୍ରସାଦ କହିଛନ୍ତି।

Baba Ka Dhaba

କାନ୍ତାଙ୍କ ଅଭିଯୋଗକୁ ଖଣ୍ଡନ କରି ବାସନ୍‌ କହିଛନ୍ତି ସେ ମିଛ ଦାବି କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି ମୋ ବ୍ୟାଙ୍କ ଆକାଉଣ୍ଟକୁ ସାହାଯ୍ୟ ପାଇଁ ୨୫ ଲକ୍ଷ ଟଙ୍କା ଆସିଥିବା କୁହାଯାଉଛି, ଯାହା କି ମିଛ। ତାଙ୍କ ପାଖକୁ କେତେକ ଟଙ୍କା ଆସିଛି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ପ୍ରାୟ ୩.୭୮ ଲକ୍ଷ ଆସିଛି। ଏଥିରେ ପେଟିଏମ୍‌ରେ ମିଳିଥିବା ଟଙ୍କା ମଧ୍ୟ ରହିଛି। ସେ କହିଛନ୍ତି ସେ ୨ଟି ଚେକ୍‌ ମାଧ୍ୟମରେ ଯଥାକ୍ରମେ ୧ ଲକ୍ଷ, ୨.୩୩ ଲକ୍ଷ ଟଙ୍କା ଓ ପେଟିଏମ୍‌ରେ ୪୫ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.