ଯାଜପୁର: ରଗଡି ଛକ ସରକାରୀ ପଲିଟେକନିକ ସାମ୍ନାରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଜଳିଗଲା ଟ୍ରକର ପଛଚକା

ଯାଜପୁର ରୋଡ଼(କେନ୍ୟୁଜ୍):  ଚଳନ୍ତା ଟ୍ରକ୍ ରେ ଲାଗିଗଲା ନିଆଁ। ୨୦ନମ୍ବର୍ ଜାତୀୟ ରାଜପଥ କଡ ରଗଡି ଛକ ସରକାରୀ ପଲିଟେକନିକ ସାମ୍ନାରେ ଏକ ମାଲ୍ ବୋଝେଇ ଟ୍ରକ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡରେ ଟ୍ରକର ପଛ ସମସ୍ତ ଚକା ଜଳି ଯାଇଥିବା ସୈଭାଗ୍ୟ ବସତ ଟ୍ରକ ଡ୍ରାଇଭର ଅଳ୍ପକେ ଏଥିରୁ ବର୍ତ୍ତୀ ଯାଇଥିଲେ.. ଯାଜପୁର ରୋଡ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ ।

ରାଜପଥ ଉପରେ ଟ୍ରକଟି ଜଳୁଥିବାରୁ କିଛି ସମୟ ପାଇଁ ରାଜପଥରେ ବଡ ବଡ ଗାଡି ଠିଆ ହୋଇ ରାସ୍ତା ଜାମ୍ ହୋଇଥିଲା।ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି.. ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.