କେଉଁ ବାହନରେ ଆସିବେ ମା’, ବାହନରେ ଆସିଲେ କଣ ହୁଏ, ଏହାକୁ ନେଇ କଣ ରହିଛି ଭବିଷ୍ୟବାଣୀ ଜାଣନ୍ତୁ

ଗୋଟିଏ ବର୍ଷରେ, ମୁଖ୍ୟତଃ ଦୁଇଟି ନବରାତ୍ରୀ ପାଳନ କରାଯାଏ । ଚୈତ୍ର ମାସ ନବରାତ୍ରୀ ଓ ଆଶ୍ୱିନ ମାସ ନବରାତ୍ରୀ । ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ ଓ ଆଶ୍ୱୀନ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରୀକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ । ଏହି ଦୁଇଟି ଯାକ ନବରାତ୍ରୀର ସ୍ୱତନ୍ତ୍ର ମହତ୍ୱ ରହିଥାଏ ।ହିନ୍ଦୁ ପାଞ୍ଜି ଅନୁଯାୟୀ ଚଳିତ ବର୍ଷ ମା ଦୁର୍ଗାଙ୍କର ପୂଜା ଓ ନବ ରାତ୍ରୀ ସାତ ତାରିଖରୁ ଆରମ୍ଭ ହୋଇ ଶେଷ ହେବ ୧୫ ତାରିଖରେ । ସନାତନ ଧର୍ମ ଅନୁସାରେ ମା ଦୁର୍ଗା ଯେତେବେଳେ ଏହି ଧରା ପୃଷ୍ଠରେ ଅବତରଣ କରନ୍ତି, ସେତେବେଳେ ସେ କୌଣସି ଏକ ସ୍ୱତନ୍ତ୍ର ବାହନ ଉପରେ ବସି ଆସି ଥାଆନ୍ତି । ତେବେ ମା ଦୁର୍ଗାଙ୍କର ଅନେକ ରୂପ ରହିଛି । ସେଥିପାଇଁ ମା’ଙ୍କର ବାହନ ମଧ୍ୟ ଅନେକ । ପ୍ରତି ବର୍ଷ ମା ଦୁର୍ଗା ଭିନ୍ନ ଭିନ୍ନ ବାହନରେ ଆସନ୍ତି ଓ ଯାଆନ୍ତି ।

ସେହି ବାହନରୁ ଜଣାପଡେ ଯେ ଆମ ସଂସାର ଉପରେ ତାହାର ଭଲ ପ୍ରଭାବ ପଡିବ ନା ଖରାପ ପ୍ରଭାବ ପଡିବ । ଜୀବ ଜଗତର ଭବିଷ୍ୟତ ଆଗକୁ କେଉଁ ମୋଡ ନେବ । ସେହି ଭଳି ଚଳିତ ବର୍ଷ ମଧ୍ୟ ଜ୍ୟୋତିଷମାନେ ଏହାକୁ ନେଇ ଗଣନା କରିବା ଆରମ୍ଭ କରିଦେଲେଣି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ମା ଦୁର୍ଗା ଏବର୍ଷ କେଉଁ ବାହନରେ ଆଗମନ କରିବେ । ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇସାରିଛି ଅକ୍ଟୋବର ୭ ତାରିଖ ଗୁରୁବାର ଦିନଠାରୁ। ଏହି ଦିନ ମା’ଙ୍କ ପାଖରେ କଳସ ସ୍ଥାପନ କରାଯାଏ । ବିଶେଷ କଥା ହେଉଛି ଶାରଦୀୟ ନବରାତ୍ରୀର ଆଠ ଦିନରେ ଶେଷ ହେଉଛି ।

ଅଷ୍ଟମୀ ଦିନରେ ନବମୀ ତିଥି ମଧ୍ୟ ଆସୁଛି । ଚଳିତ ବର୍ଷ ଅକ୍ଟୋବର ୧୪ ତାରିଖ ମଧ୍ୟ ଗୁରୁବାର ଦିନ ପଡୁଛି । ତେବେ ଗୋଟିଏ ଦିନରେ ଦୁଇଟି ତିଥି ପଡୁଥିବାରୁ ୧୫ ତାରିଖ ଶୁକ୍ରବାର ଅର୍ଥାତ୍‌ ନବରାତ୍ରୀର ଶେଷ ଦିନ ବିଜୟାଦଶମୀର ତିଥି ରହିବ । ଏହି ଦିନ ହିଁ ପାଳନ କରାଯିବ ଦଶହରା ପର୍ବ । ଚଳିତ ବର୍ଷ ପଡୁଥିବା ଦୁର୍ଗାପୂଜା ଗୁରୁବାର ବା ବୃହସ୍ପତି ବାରରେ ପାଳନ କରାଯିବ । ପୂରାଣ ଅନୁଯାୟୀ ମା ଦୁର୍ଗା କେବେ ହାତୀ ଉପରେ ବସି ଆସନ୍ତି ତ କେବେ ଘୋଡା ଉପରେ ତ ପୁଣି କେବେ ଆସନ୍ତି ଡଙ୍ଗାରେ । ଦେବୀ ଭାଗବତ ପୁରାଣ ଅନୁଯାୟୀ ଯେବେ ନବରାତ୍ରର ଆରମ୍ଭ ବୃହଷ୍ପତି ବାରରେ କିମ୍ବା ଶୁକ୍ରବାରରେ ହୋଇଥାଏ ତେବେ ମା ଆସନ୍ତି ସବାରୀରେ ।

ଏହି ବର୍ଷ ମା ଦୁର୍ଗା ସବାରୀରେ ଧରାପୃଷ୍ଠରେ ଅବତରଣ କରିବେ । ଦେବୀ ଭାଗବତ ପୁରାଣ ଅନୁଯାୟୀ ଯେଉଁ ବର୍ଷ ମା ସବାରୀରେ ଅସିଥାଆନ୍ତି ସେହି ବର୍ଷ ନାରୀ ଶକ୍ତିର ସମୃଦ୍ଧି ହୋଇଥାଏ । ନାରୀମାନଙ୍କୁ ଅନେକ କ୍ଷେତ୍ରରେ ସଶକ୍ତୀକରଣ ପାଇଁ ସହଯୋଗ ମିଳିଥାଏ । ଏହା ସହିତ ଲୋକମାନଙ୍କୁ କିଛି ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଯେମିତିକି ସଂକ୍ରାମକ ରୋଗ ବ୍ୟାଧି ଅଧିକ ମାତ୍ରାରେ ବ୍ୟାପିବା । ସେହିପରି ରାଜନୈତିକ ଅସ୍ଥିରତା ମଧ୍ୟ ଦେଖାଦିଏ । ଆହୁରି ମଧ୍ୟ ଅଧିକ ବର୍ଷା, ବନ୍ୟା ବାତ୍ୟା ଓ ଭୂମିକମ୍ପ ପରି ପ୍ରାକୃତିର ବିପର୍ଯ୍ୟୟ ଘଟିବାର ଆଶଙ୍କା ଥାଏ । ଯାହାଫଳରେ ଜନ, ଧନ, ଓ ପ୍ରାକୃତିକ ସମ୍ପଦର ହାନି ଘଟେ । ତେବେ କହିବାକୁ ଗଲେ ମା’ଙ୍କର ଏହି ବର୍ଷ ଧରାପୃଷ୍ଠକୁ ସବାରୀରେ ଆସିବା ସେତେ ଶୁଭ ସୂଚକ ନୁହେଁ । କିନ୍ତୁ ଏ ସବୁ ନ ହେବା ପାଇଁ ଆମକୁ ମାଙ୍କର ଆରାଧନା ଅତ୍ୟନ୍ତ ନିଷ୍ଠାର ସହ କରିବା ଦରକାର । କାରଣ ସେ ହିଁ ଆମକୁ ଏ ବିପଦରୁ ରକ୍ଷା କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.