୧୦୦୦ ଦିନରେ ୧୦୦୦ ଗୀତ! ସମସ୍ତଙ୍କୁ ଚମକାଇ ନିଆରା ରେକର୍ଡ କଲେ ଏହି ଭାରତୀୟ ମହିଳା

ସ୍ୱପ୍ନା ଅବ୍ରାହମ୍‌, ବୟସ ୪୮ ବର୍ଷ। ସେ ଭାରତୀୟ, କିନ୍ତୁ ରୁହନ୍ତି ଦୁବାଇରେ। ନିକଟରେ ସ୍ୱପ୍ନା ଓ୍ଵାର୍ଲ୍ଡ ରେକର୍ଡ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କାରଣ, ସେ ୧୦୦୦ ଦିନରେ ୧୦୦୦ଟି ଗୀତ ଲେଖି, ତାକୁ ଗାଇ ଏବଂ କମ୍ପୋଜ୍‌ କରି ଗୋଲ୍ଡେନ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ରେ ନିଜ ସ୍ଥାନ ଅକ୍ତିକାର କରିଛନ୍ତି। ଏ ସବୁ ସେ ଏକାକୀ ନିଜ ଦକ୍ଷତା ବଳରେ କରିଛନ୍ତି।

s2

ଏବେ ଗିନିଜ୍‌ ବୁକ୍‌ ପାଇଁ ପ୍ରସ୍ତୁତି

ଗଣମାଧ୍ୟମର ରିପୋର୍ଟ ମୁତାବକ, ସ୍ୱପ୍ନାଙ୍କର ଏହି ସୁନେଲି ଯାତ୍ରା ୮ ଏପ୍ରିଲ ୨୦୧୭ରୁ ଆରମ୍ଭ ହୋଇ ୨ ଜାନୁୟାରୀ ୨୦୨୦ରେ ଶେଷ ହୋଇଥିଲା। କୁହାଯାଉଛି କି, ସେ ଖୁବ୍‌ଶୀଘ୍ର ଡିଜିଟାଲ୍‌ ଆଲ୍‌ବମ ପାଇଁ ସବୁଠାରୁ ଅଧିକ ଗୀତ ଶ୍ରେଣୀରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ଲାଗି ଆବେଦନ କରିପାରନ୍ତି।

ସ୍ୱପ୍ନା କୁନି କୁନି ପିଲାମାନଙ୍କ ପାଇଁ ୧୦୦୦ ଦିନରେ ୧୦୦୦ଟି ଅଲଗା ଅଲଗା ଗୀତ ଗାଇଛନ୍ତି। ଏପରି କି, ସେ ଗୋଟିଏ ଦିନରେ ୨୨ଟି ଗୀତ ମଧ୍ୟ ପ୍ରଦର୍ଶନ କରି ଦେଖାଇଛନ୍ତି। ସ୍ୱପ୍ନା ଦୁବାଇରେ ଏକ ମ୍ୟାନେଜ୍‌ମେଣ୍ଟ ସଲ୍ୟୁଶନ ପ୍ରତିଷ୍ଠାନରେ କାମ କରୁଛନ୍ତି।

s3

ଏଥିପାଇଁ ଆସିଲା ଏହି ଉପାୟ

ବିଗତ ୨୪ ବର୍ଷ ଧରି ସ୍ୱପ୍ନା ପ୍ରଫେଶନାଲ୍‌ ସଙ୍ଗୀତ ସହ ଜଡ଼ିତ ରହିବା ସାଙ୍ଗକୁ ୨୨ଟି ଆଲ୍‌ବମ ରିଲିଜ୍‌ କରିଛନ୍ତି। ହେଲେ ଏହାସତ୍ତ୍ୱେ ସେ ନିଜକୁ ଜଣେ କଳାକାର ରୂପରେ ଦେଖିପାରୁ ନ ଥିଲେ। ସେ ବୁଝିପାରୁ ନ ଥିଲେ ଯେ କାହିଁକି ସେ ସନ୍ତୁଷ୍ଟ ନାହାନ୍ତି। ଏହାପରେ ସେ କିଛି ଅଲଗା ଏବଂ ଅଧିକ କଠିନ କାମ କରିବାକୁ ନିଷ୍ପତ୍ତି ନେଲେ। ସ୍ୱପ୍ନା କୁହନ୍ତି, ‘ମୁଁ ଆଗାମୀ ୧୦୦୦ ଦିନରେ ୧୦୦୦ଟି ଗୀତ ପ୍ରସ୍ତୁତ କରିବି ବୋଲି ନିଷ୍ପତ୍ତି ନେଲି’। ଖାସ୍‌ କଥା ହେଉଛି, ତାଙ୍କର ଏ ସମସ୍ତ ଗୀତ ପରସ୍ପରଠାରୁ ଭିନ୍ନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.