ଦାଦିଙ୍କ ଟାଟୁ ନିଶା, ୧୦୩ ବର୍ଷରେ ନିଜ ସଉକ ପୂରା କଲେ ବୃଦ୍ଧା

ସବୁ ଲୋକ ନିଜ ଜୀବନରେ କିଛି ଇଚ୍ଛା ଏବଂ ସ୍ୱପ୍ନ ନେଇ ଆଗକୁ ବଢ଼ୁଛନ୍ତି। ସ୍ୱପ୍ନକୁ ପୂରା କରିବାକୁ ଇଚ୍ଛା ବି କରୁଛନ୍ତି। ତେବେ ସବୁ ଲୋକଙ୍କର ନିଜର ଖାସ୍‌ ଇଚ୍ଛା ବା ଓ୍ଵିସଲିଷ୍ଟ ରହିଛି, ଯାହାକୁ ସେ ପୂରା କରିବାକୁ ଚାହାନ୍ତି। ଏମିତି ହିଁ ନିଜ ସ୍ୱପ୍ନକୁ ପୂରା କରିବାକୁ ଇଚ୍ଛା ରଖିଥିଲେ ୧୦୩ ବର୍ଷର ଦାଦି। ଦାଦି ମା ଯେମିତି ହିଁ ଆଇସୋଲେସନରୁ ବାହାରିଲେ ନିଜର ପ୍ରଥମ ଟାଟୁ ବନାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଏହି ବର୍ଷ ୧୬ ଜୁନରେ ସେ ୧୦୩ ବର୍ଷର ହୋଇଛନ୍ତି। ଦାଦିଙ୍କର ନାମ ଏବଂ ସେ ନିକଟରେ ହିଁ ନିଜର ପ୍ରଥମ ଟାଟୁ ବନାଇଛନ୍ତି।

tatoosଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦାଦିମା ଜଣଙ୍କ ଆମେରିକାର ବାସିନ୍ଦା ଏବଂ ସେ ମିଶିଗନ୍‌ ସ୍ତିତ ଏକ ହସପିଟାଲରେ ଆେଇସୋଲେଟ୍‌ ଥିଲେ। ତେବେ ଦାଦିଙ୍କ ନାତୁଣୀ ଏକ ୱେବସାଇଟକୁ ଜଣାଇଥିଲେ ଯେ କିଛି ଦିନ ହେବ ସେ କୋଭିଡ୍‌ ୧୯ ପାଇଁ ଆଇସୋଲେଟ୍‌ ହୋଇ ରହିଥିଲେ କିନ୍ତୁ ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଛନ୍ତି ଯେ ସେ କିଛି ଚିନ୍ତାରେ ଥିଲା ଭଳି ଲାଗୁଥିଲେ। ନର୍ସଙ୍କ ପାଖରୁ ଏହା ଶୁଣିବା ପରେ ମୁଁ ତାଙ୍କ ସମସ୍ୟା ବିଷୟରେ ଜାଣିବାକୁ ଚାହିଁଲି। ଦାଦିମା ହସପିଟାଲରୁ ବାହାରିବା ପରେ ହିଁ ଟାଟୁ କରିବାକୁ ଚାହୁଁଛି ବୋଲି କହିଥିଲେ।

tatoo dadiତେବେ ଏହି ବିଷୟରେ ଦାଦିମା ଜଣଙ୍କ କହିଛନ୍ତି ଯେ ପୂର୍ବରୁ ଯେତେବେଳେ ମୋ ପିଲାମାନେ ଟାଟୁ କରିବାକୁ କହୁଥିଲେ ମୁଁ ମନା କରୁଥିଲି କିନ୍ତୁ ଏବେ ହଠାତ୍‌ ମୋତେ ଟାଟୁ କରିବାକୁ ବହୁତ ଇଚ୍ଛ । ହେଲା। ମୋତେ ବେଙ୍ଗ ବହୁତ ପସନ୍ଦ, ଏଥିପାଇଁ ମୁଁ ବେଙ୍ଗ ଟାଟୁ କରିବାକୁ ଚାହିଁଲି। ତେବେ ଟାଟୁ ଆର୍ଟିଷ୍ଟ କହିଛନ୍ତି ଯେ ଯେତେବେଳେ ଦାଦିମା ଟାଟୁ କରୁଥିଲେ ସେ ବହୁତ ଖୁସି ଥିବା ନଜର ଆସୁଥିଲେ। ତେବେ ଏହା କେବଳ ଦାଦିମାଙ୍କର ଗୋଟିଏ ଇଚ୍ଛା ନଥିଲା ତାଙ୍କର ବାଇକ ରାଇଡ୍‌ କରିବାକୁ ମଧ୍ୟ ଇଚ୍ଛା ଥିଲା ଯାହା ସେ ପୂରଣ କରିସାରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.