ଦୁନିଆରେ ସବୁଠାରୁ ବୁଦ୍ଧିମତି ଏହି ଭାରତୀୟ ବାଳିକା, ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କୁ ପକାଇଲେ ପଛରେ

ବିଶ୍ବରେ ଅଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କ ମସ୍ତିଷ୍କକୁ ସବୁଠାରୁ ତୀବ୍ର ବୋଲି କୁହାଯାଇଥାଏ। କିନ୍ତୁ ଭାରତରେ ଜଣେ ୧୧ ବର୍ଷର ଛୋଟ ଝିଅ ଏହି ମହାନ ବ୍ୟକ୍ତିଙ୍କୁ ପଛରେ ପକାଇଦେଇଛି। ଟେକନିକ୍ ସ୍ତରରେ ଏହି ଛୋଟ ଝିଅଟିର ମସ୍ତିଷ୍କ ଅଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କ ଠାରୁ ମଧ୍ୟ ତୀବ୍ର। ଏହି ଛୋଟ ପିଲାଟିର ନା ହେଉଛି ଅନୁଷ୍କା ଦୀକ୍ଷିତ। ଅନୁଷ୍କା ମେସା ଆଇକ୍ୟୁ ଟେଷ୍ଟରେ ୧୬୨ ନମ୍ବର ହାସଲ କରିଛନ୍ତି, ଯାହା ଏହି ଟେଷ୍ଟର ସର୍ବାଧିକ ଅଙ୍କ। ସୂଚନା ଅନୁଯାୟୀ ମହାନ ବୈଜ୍ଞାନିକ ଅଲର୍ବଟ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିଙ୍ଗଙ୍କ ଆଇକ୍ୟୁ ସ୍କୋର ୧୬୦ ଥିଲା, କିନ୍ତୁ ଏହି ଛୋଟ ପିଲାଟି ସେମାନଙ୍କ ଠାରୁ ଦୁଇ ଅଙ୍କ ଅଧିକା ହାସଲ କରିଛି।
ରିପୋର୍ଟ ଅନୁଯାୟୀ ଅନୁଷ୍କା ସମସ୍ତ ନିର୍ଦ୍ଦିଷ୍ଟକାଳିକ ଟେବୁଲ ପାଖାପାଖି ୪୦ ମିନିଟ ମଧ୍ୟରେ ମନେ ପକାଇପାରିଛନ୍ତି।

Einsteinଅନୁଷ୍କାଙ୍କ ମା କହିବା ଅନୁଯାୟୀ ଅନୁଷ୍କା ୬ମାସ ବୟସରୁ ହିଁ କଥା କହିବା ଆରମ୍ଭ କରିଥିଲେ ଏବଂ ଟିଭିରେ ବିଜ୍ଞାପନ ଶୁଣି ତାକୁ ମଧ୍ୟ ଉଚାରଣ କରୁଥିଲେ। ଏହା ବ୍ୟତୀ ମାତ୍ର ୧ବର୍ଷ ବୟସରେ ଅନୁଷ୍କା ସମସ୍ତ ଦେଶ ଏବଂ ତାହାର ରାଜଧାନୀ ନାମ ମଧ୍ୟ କହିପାରୁଥିଲେ। ସେ ତାଙ୍କ ମାତା, ପିତାଙ୍କ ସହ ଲଣ୍ଡନରେ ରୁହନ୍ତି। ଅନୁଷ୍କା କୁହନ୍ତି ଟେଷ୍ଟରେ ତାଙ୍କୁ ସମୁଦାୟ ୨୮ଟି ପ୍ରଶ୍ନ ପଚରାଯାଇଥିଲା, ଯାହାର ଉତ୍ତର ୪ ମିନିଟରେ ଦେବାକୁ ପଡିଥିଲା। ପ୍ରଥମେ ସେ ଭୁଲ୍ ଉତ୍ତର ଦେଇଛନ୍ତି ବୋଲି ଲାଗିଥିଲା କିନ୍ତୁ ଯେତେବେଳେ ପରୀକ୍ଷାର ନମ୍ବର ଆସିଥିଲା ସେତେବେଳେ ସେ ନମ୍ବର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

anuska dixitୟୁନିଭରସିଟି ଅଫ୍ ଲଣ୍ଡନରେ ଆୟୋଜିତ ହୋଇଥିବା ଏହି ଟେଷ୍ଟରେ ଅନୁଷ୍କା ସବୁଠାରୁ କମ ବୟସର ପରୀକ୍ଷାର୍ଥୀ ଥିଲେ। କିନ୍ତୁ ତାଙ୍କ ଆଖପାଖରେ ୩୦ ରୁ ୬୦ ବର୍ଷ ବୟସର ଲୋକମାନେ ଥିଲେ। ଅନୁଷ୍କା କୁହନ୍ତି ତାଙ୍କର ସବୁଠାରୁ ପ୍ରିୟ ବିଷୟ ହେଉଛି ଇଂରାଜୀ। ଏହା ବ୍ୟତୀତ ସେ ଖୁବ୍ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି। ଭବିଷତ୍ୟରେ ଜଣେ ଭଲ ଡାକ୍ତର ହେବେ ବୋଲି କହିଛନ୍ତି ଅନୁଷ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.