ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଗଛର ଚେର ଧାରଣ କରିବା ହୋଇଥାଏ ଶୁଭ

ଜ୍ୟୋତିଷ ଶାସ୍ତ୍ରରେ କୁଣ୍ଡଳୀର ନବ ଗ୍ରହ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାର ଶୁଭ ପ୍ରଭାବର କାରଣ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବନି ରହିଥାଏ । ସେହିପରି ଗ୍ରହ ଦୁର୍ବଳ ହେବା ଯୋଗୁ ବ୍ୟକ୍ତିକୁ ଶାରିରୀକ, ମାନସିକ, ଆର୍ଥିକ ଓ ବୈବାହିକ ଜୀବନ ସହ ଜଡିତ ସମସ୍ୟା ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହକୁ ଶାନ୍ତ କରିବା ପାଇଁ ବହୁତ ଉପାୟ ଦିଆଯାଇଛି । ଏଥି ମଧ୍ୟରୁ ଗଛର ଚେର ଧାରଣ କରିବା ସବୁଠୁ ସରଳ ଉପାୟ । ତେବେ ଆସନ୍ତୁ ଜାଣିବା ନବ ଗ୍ରହ ଶାନ୍ତ ପାଇଁ କେଉଁ ଗଛର ଚେର ଧାରଣ କରିବା ଉଚିତ୍‌ ।

ନବ ଗ୍ରହଙ୍କ ଶୁଭତ୍ୱ ପାଇଁ ଚେର

ସୂର୍ଯ୍ୟ ଗ୍ରହ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଯଦି ସୂର୍ଯ୍ୟ ଅଶୁଭ ସ୍ଥିତିରେ ରହିଥାନ୍ତି,ତେବେ ଗୋଲାପ ରଂଗର ସୂତାରେ ରବିବାର ଦିନ ବେଲ ଗଛର ଚେର ଧାରଣ କରିବା ଶୁଭ ହୋଇଥାଏ ।

ଚନ୍ଦ୍ର ଗ୍ରହ : ଚନ୍ଦ୍ର ଗ୍ରହର ଶୁଭ ଫଳ ପାଇଁ ସୋମବାର ଖିର କୋଳି ଚେର ଧଳା କପଡାରେରେ ଧଳା ସୂତାରେ ବାନ୍ଧି ଧାରଣ କରିବା ଶୁଭ ହୋଇଥାଏ ।

ମଙ୍ଗଳ ଗ୍ରହ : ମଙ୍ଗଳ ଗ୍ରହର ଶୁଭତ୍ୱ ପାଇଁ ଖଇର ଗଛର ଚେରକୁ ଲାଲ କପଡ଼ାରେ ଲାଲ ସୁତାରେ ବାନ୍ଧିକରି ଧାରଣ କରନ୍ତୁ ।

ବୁଧ ଗ୍ରହ : ବୁଧ ଗ୍ରହକୁ ଶାନ୍ତ କରିବା ପାଇଁ ବିଘାରି ଚେରକୁ ସବୁଜ କପଡ଼ାରେ ବାନ୍ଧି ବୁଧବାର ଦିନ ପିନ୍ଧିପାରିବେ ।

ଗୁରୁ ଗ୍ରହ : ଯଦି କୌଣସି ବ୍ୟକ୍ତି କୁଣ୍ଡଳୀରେ ଗୁରୁ ବା ବୃହସ୍ପତି ଗ୍ରହ ଅଶୁଭ ଥାଆନ୍ତି,ତେବେ ଗୁରୁବାର ଦିନ କଦଳୀ ଗଛର ଚେର ହଳଦିଆ କପଡ଼ାରେ ବାନ୍ଧି କରି ପିନ୍ଧିବା ଶୁଭ ହୋଇଥାଏ ।

ଶୁକ୍ର ଗ୍ରହ : ଶୁକ୍ରବାର ଗୁଲର ଗଛର ଚେର ଧଳା କପଡାରେ ଧଳା ସୂତାରେ ବାନ୍ଧି ଧାରଣ କରନ୍ତୁ ।

ଶନି ଗ୍ରହ : ଶନି ଦୋଷ ପାଇଁ ଶମି ଗଛର ଚେରକୁ ନୀଳ ରଂଗର କପଡାରେ ବାନ୍ଧି ନୀଳ ସୂତାରେ ଧାରଣ କରନ୍ତୁ ।

ରାହୁ ଗ୍ରହ : ରାହୁ ଗ୍ରହ ପାଇଁ ବୁଧବାର ଦିନ ଧଳା ଚନ୍ଦନର ଟୁକୁଡା ନୀଳ କପଡ଼ାରେ ବାନ୍ଧି ନୀଳ ସୂତାରେ ଧାରଣ କରନ୍ତୁ ।

କେତୁ ଗ୍ରହ : କେତୁ ଗ୍ରହ ଶାନ୍ତି ପାଇଁ ଅଶ୍ୱଗନ୍ଧା ଚେର ଗୁରୁବାର ଦିନ ନୀଳ କପଡାରେ ବାନ୍ଧି ନୀଳ ସୂତାରେ ଧାରଣ କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.