ଟ୍ରେନ ଟ୍ରାକରେ ବାଇକ୍ ଚଲାଇ ଷ୍ଟଣ୍ଟ କରୁଥିଲେ ଯୁବକ, ଘଟିଲା ଏମିତି କିଛି: ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ଭିଡିଓ ଅପଲୋଡ କରୁଛନ୍ତି। ଏମିତି ଭିଡିଓ କରିବା ସମୟରେ ସେମାନେ ଅଜାଣତରେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତିନି ଜଣ ଯୁବକ ରେଲେଓ୍ଵ ଟ୍ରାକରେ ବାଇକ୍ରେ ଯାଉଥିବାର ନଜର ଆସିଛନ୍ତି। ପୋଲିସ ଏହି ଭିଡିଓ ଆଧାରରେ ଷ୍ଟଣ୍ଟ କରୁଥିବା ଯୁବକଙ୍କୁ ଗିରଫ କରିଛି। ଟ୍ରେନ୍ ଟ୍ରାକରେ ବାଇକରେ ବସି ଯିବା କେତେ ନିରାପଦ, ତାହା ଆପଣ ଅନୁମାନ କରିପାରୁଥିବେ। ଯଦି ଏହି ସମୟରେ କୌଣସି ଟ୍ରେନ ଚାଲିଆସେ, ତେବେ ଏମାନଙ୍କ ଅବସ୍ଥା କ’ଣ ହେବ କେବେ ଭାବିଛନ୍ତି ?
ସୂଚନା ଅନୁଯାୟୀ, ଏହି ଭିଡିଓ ଉତ୍ତରପ୍ରଦେଶର ବୁଲେନ୍ଦ ସହରର ବୋଲି ଜଣାପଡିଛି। ପାଖାପାଖି ୧୫ ଦିନ ପୁରୁଣା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଭିଡିଓରେ ତିନି ଜଣ ଯୁବକ ଟ୍ରେନ ଟ୍ରାକରେ ବାଇକ୍ ଚଲାଇବା ସମୟରେ ଆଉ ଜଣେ ଯୁବକ ଭିଡିଓ ରେକର୍ଡ କରୁଛନ୍ତି।
In UP’s Bulandshahr, three youths ran a bike on the railway track, the police took a big action after the video went viral #Bulandshahrhttps://t.co/JriuJVajYO
— city andolan (@city_andolan) August 9, 2022
ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବକ ବାଇକ ଚଲାଉଥିବା ବେଳେ ଆଉ ଜଣେ ଯୁବକ ବାଇକରେ ଠିଆ ହେବାକୁ ଚେଷ୍ଟା କରୁଛି। ପଛରେ ଆଉ ଜଣେ ଯୁବକ ବସିଛନ୍ତି। ଟ୍ରେନ ଟ୍ରାକ ମଝିରେ ବାଇକ୍ ଚଲାଉଛନ୍ତି, ଠିକ୍ ଏହିସମୟରେ ଯଦି କୌଣସି ଟ୍ରେନ ଆସେ, ତେବେ ଏମାନଙ୍କ ଅବସ୍ଥା କ’ଣ ବା ହୋଇଥାନ୍ତା, ତାହା ଆପଣ ନିଶ୍ଚିତ ଅନୁମାନ କରିପାରୁଥିବେ।
ପୋଲିସ ଏହି ଭିଡିଓ ଆଧାରରେ ଜାଣିବାକୁ ପାଇଥିଲା କି ଏହି ଭିଡିଓ ବୁଲେନ୍ଦ ସହରର ଜନପଦ କକୋଡ ଥାନା ଅଞ୍ଚଳର ରେଲେଓ୍ଵ ଷ୍ଟେସନ ପାଖରେ ସୁଟ୍ କରାଯାଇଛି। ଭିଡିଓରେ ଯୁବକଙ୍କ ପରିଚୟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବାଇକକୁ ମଧ୍ୟ ଜବତ କରିବା ସହିତ ଯୁବକଙ୍କୁ ଗିରଫ କରାଯାଇଛି।