ଏହି ରାଜାଙ୍କ ସଉକ ଦେଖିଲେ ଆଖି ଟେରା ହୋଇଯିବ,ଜାଣନ୍ତୁ ବୃନେଇ ରାଜାଙ୍କ ସୁନା ଗାଡ଼ି ଆଉ ବିଶାଳ ପ୍ରାସାଦ ବିଷୟରେ…
୭୦୦୦ ହଜାର ଗାଡ଼ିର ମାଲିକ। ତାଙ୍କ ଗାଡ଼ି ଭିତରେ କୋଟି କୋଟି ଟଙ୍କାର ୫୦୦ Rolls Royce କାର୍ ଅଛି। ତା ସହ ମର୍ଶିଡିଜ୍, Lamborghini, Bugatti ର କଲେକ୍ସନ ଆଖି ଝଲସାଇ ଦେବ। ଏହି ଗାଡ଼ି ଭିତରୁ ଶହ ଶହ କାର ଏମିତି ଅଛି ଯାହା କେବଳ ରାଜାଙ୍କ ପାଇଁ ଡିଜାଇନ୍ କରିଛି କମ୍ପାନୀ। ଯାହାର ଦ୍ଵିତୀୟ ମଡେଲ ନାହିଁ। ସେତିକି ନୁହେଁ ଖେଳ ପ୍ରତି ଖୁବ୍ ଦୁର୍ବଳତା ରହିଛି ତାଙ୍କର। ଯେଉଁ ଖେଳ ଦେଖିବାକୁ ଇଚ୍ଛା, କୋଟି କୋଟି ଖର୍ଚ୍ଚ କରି ନାମୀ ଦାମୀ ଖେଳାଳିଙ୍କୁ ଡକାଇ ଦିଅନ୍ତି ମ୍ୟାଚ୍ ଦେଖିବା ପାଇଁ । ହେଲେ ଏତେ ଟଙ୍କା ତାଙ୍କ ସ୍ୱ ଅର୍ଜିତ ସମ୍ପତ୍ତି ନା ପୂର୍ବ ପୁରୁଷଙ୍କ ଧନ ଉଡ଼ାଉଛନ୍ତି ଆସନ୍ତୁ ଜାଣିବା …
ବ୍ରୁନେଇର ରାଜା ହସନାଲ୍ ବୋଲକିଆ ପାଣି ଭଳି ପଇସା ଖର୍ଚ୍ଚ କରନ୍ତି। ତାଙ୍କ ପାଖରେ ଥିବା ଗାଡ଼ି ଏବଂ ଉଡାଜାହାଜ ୨୪ କ୍ୟାରେଡ୍ ସୁନାରେ ତିଆରି। ବିଶ୍ୱରେ ତାଙ୍କର ୯ଟି ବିଳାସ ହୋଟେଲ ରହିଛି। ସୁଲତାନଙ୍କ ପାଖରେ Rolls Royce ର ସବୁଠୁ ଅଧିକ ଗାଡ଼ି ରଖିବା ନେଇ ବିଶ୍ଵ ରେକର୍ଡ ଅଛି। ସୁଲତାନଙ୍କ ପାଖରେ ଆଖି ଝଲସାଇ ଦେବା ଭଳି ଏକ ସ୍ବତନ୍ତ୍ର କାର ରହିଛି, ଯାହା ହେଉଛି ସୁନାରେ ତିଆରି ଲିମୋ। ଏହାର ଦାମ୍ ୧୦୩ କୋଟି ଟଙ୍କା। ଏହି ଗାଡ଼ି କେବଳ ଉତ୍ସବ ସମୟରେ ହିଁ ବାହାର କରାଯାଏ। ହସନାଲ୍ ବୋଲକିଆଙ୍କ ଗ୍ୟାରେଜ ଏକ ରୟାଲ କାର ଶୋ ରୁମ୍ କହିଲେ ଭୁଲ୍ ହେବନି।
ଦୂର ଦେଶକୁ ଯିବାକୁ ହେଲେ ସେ ବ୍ୟବହାର କରନ୍ତି ବୋଇଂ 747 ପ୍ଲେନ୍। ୨ ହଜାର ୯୭୯ ଟଙ୍କାର ଏହି ପ୍ଲେନରେ ଥିବା ବେଶିନ ଏବଂ କମୋର୍ଡରେ ସୁନା ହୀରା ମୋତି ଲାଗିଛି। ପ୍ଲେନ ଭିତରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଇଣ୍ଟରୀୟର ପାଇଁ। ବାକି ପୂରା ପ୍ଲେନ୍ କେମିତି ହୋଇଥିବ ଆପଣ ଅନୁମାନ ଲଗାନ୍ତୁ। ସୁଲତାନଙ୍କ ଏହି ପ୍ଲେନ୍କୁ ଲୋକେ ଫ୍ଲାଇଙ୍ଗ ପାଲେସ କୁହନ୍ତି। କେବଳ ସେତିକି ନୁହେଁ, ରାଜାଙ୍କ ପାଖରେ ଆହୁରି ଏୟାର ବସ ରହିଛି, ଯାହାର ଦାମ୍ ୭୦୦ କୋଟି। ହେଲେ ସେ ତାକୁ ନିଜ ହିସାବରେ ଆଉ ୯୦୦ କୋଟି ଖର୍ଚ୍ଚ କରି ତିଆରି କରିଦେଇଛନ୍ତି।
ସେତିକି ନୁହେଁ ତାଙ୍କ ଚୁଟି କାଟିବାରେ ସେ ଖର୍ଚ୍ଚ କରନ୍ତି ୨୫ ଲକ୍ଷ ଟଙ୍କା। ତାଙ୍କ ପାଇଁ ଲଣ୍ଡନରୁ ଆସନ୍ତି ହେୟାର ଷ୍ଟାଇଲିଷ୍ଟ। ତାଙ୍କ ପାଇଁ ସ୍ଵତନ୍ତ୍ର ପ୍ଲେନ୍ ଯାଏ। ଦୁଇ ଦିନ ପାଇଁ ତାଙ୍କର ରହିବାର ବନ୍ଦୋବସ୍ତ କରାଯାଏ। ଏକଦମ୍ ରାଜକୀୟ ଶୈଳୀରେ ତାଙ୍କର ଆତିଥ୍ୟ କରାଯାଏ। ମାସକୁ ଦୁଇ ଥର ରାଜା ଚୁଟି କାଟିବା ପାଇଁ ହେୟାର୍ ଷ୍ଟାଇଲିଷ୍ଟ୍ ଙ୍କୁ ଡକାନ୍ତି।
ଏମିତି ଜୀବନ ଜଣେ ସ୍ୱପ୍ନରେ ହିଁ ବଞ୍ଚିପାରିବ। ହେଲେ ସତସତିକା ବ୍ରୁନେଇର ରାଜା ହସନାଲ୍ ବୋଲକିଆ ଏଭଳି ବଞ୍ଚୁଛନ୍ତି। ତାଙ୍କ ପାଖରେ ଏକ ଘୋଡ଼ାଶାଳ ବି ଅଛି, ଯେଉଁଠି ୨୦୦ ପୋଲୋ ଖେଳ ପାଇଁ ଟ୍ରେଣ୍ଡ ଥିବା ଘୋଡ଼ା ଅଛନ୍ତି। ଏମାନଙ୍କ ପାଇଁ ଏସି ରୁମ୍ ସହ ୨୦ ହଜାର ଲୋକ ଦେଖାଶୁଣା କରିବା ପାଇଁ ଅଛନ୍ତି। ଏଥିପାଇଁ ବୋଧ ହୁଏ କୁହାଯାଏ ବଡ ଲୋକଙ୍କ ବଡ କଥା।
Selamat Menyambut Hari Keputeraan
KDYMM Paduka Seri Baginda, Sultan Haji Hassanal Bolkiah Mu’izzaddin Waddaulah Ibni Al-Marhum Sultan Haji Omar ‘Ali Saifuddien Sa’adul Khairi Waddien. Semoga Allah SWT merahmati Baginda dengan kebahagiaan dan melanjutkan usia Baginda. pic.twitter.com/aNMU0Sgjum— HRH Crown Prince of Johor (@HRHJohorII) July 15, 2022
ପପ୍ ମ୍ୟୁଜିକ୍ କୁ ରାଜା ଏତେ ପସନ୍ଦ କରନ୍ତି ଯେ ଥରେ ମାଇକେଲ ଜାକ୍ସନଙ୍କୁ ଡାକି ମାତ୍ର ୩ ଘଣ୍ଟା ପାଇଁ ଦେଇଥିଲେ ୧୨୬ କୋଟି। ସେହି ଦିନ ଉତ୍ସବରେ ୩୦୦୦ ଲୋକଙ୍କୁ ନିମନ୍ତ୍ରଣ ଥିଲା। ସେମାନଙ୍କ ଖାଇବା ପାଇଁ ଖର୍ଚ୍ଚ କରିଥିଲେ ଆଉ ୨୦୦ କୋଟି ଟଙ୍କା। ଆଉ ଏସବୁ କେବଳ ନିଜ ଇଚ୍ଛା ପୂରଣ କରିବା ପାଇଁ କରିଥିଲେ ସୁଲତାନ। ସେତିକି ନୁହେଁ ନିଜ ଝିଅର ବିବାହ ପାଇଁ ଆମେରିକାର ଫେମସ୍ ସିଙ୍ଗର ୱିଥନି ହ୍ୟୁଶତନ୍ ଙ୍କୁ ୫୧ କୋଟି ଦେଇଥିଲେ ପରଫରମନ୍ସ ପାଇଁ। ନିଜ ଝିଅର ଇଚ୍ଛା ପାଇଁ ମହାରାଜ ନଦୀ ଭଳି ପଇସା ଖର୍ଚ୍ଚ କରି ପାରିବେ।
ଏବେ ଆସନ୍ତୁ ଜାଣିବା ସୁଲତାନଙ୍କ ଘର ବିଷୟରେ। ୨୧ ଲକ୍ଷ ସ୍କୋୟାର ଫିଟ୍ ରେ ତିଆରି ୧୭ ମହଲା ବିଶିଷ୍ଟ ମହଲ। ବୃଣେଇ ଯେବେ ସ୍ଵାଧୀନ ହେଲା ତା ପରେ ରାଜା ତାଙ୍କ ଏହି ମହଲ ତିଆରି କଲେ। ଏହି ମହଲର ନାଁ ଦିଆଗଲା ଇସତାନା ନୁରୁଲ୍ ଇମାନ୍। ଏହି ମହଲ ଦୁନିଆର ସବୁଠୁ ବଡ ମହଲ ପାଇଁ ଗିନିଜ ୱର୍ଲ୍ଡ ରେକର୍ଡ଼ ବି ହୋଇଛି। ଏହି ମହଲରେ ୧ ହଜାର ୭୮୮ ରୁମ୍, ୨୫୦ ବାଥ୍ ରୁମ୍, ୫୦୦ ସୁଇମିଂ ପୁଲ୍ ରହିଛି । ବାହାରୁ ଯେତିକି ସୁନ୍ଦର୍ ଭିତରୁ ସେତିକି ଚାକଚକ୍ୟ। ଇଟାଲୀୟ ମାର୍ବଲ ସହ ସୁନାରେ ତିଆରି ସୂତାରେ କାର୍ପେଟ ମାନ ବିଛା ଯାଇଛି। ୫୦୦୦ ହଜାର ଲୋକ ଏକା ସାଙ୍ଗେ ବସି ପାରିବା ଭଳି ଅନେକ ହଲ ରହିଛି ରାଜ ପ୍ରାସାଦ ଭିତରେ ।
ଏବେ ତାଙ୍କ ବ୍ୟବସାୟ ଉପରେ ନଜର ପକାଇବା। ବ୍ରୁନେଇର ରାଜା ହସନାଲ୍ ବୋଲକିଆ ଦୁନିଆର ତୃତୀୟ ସବୁଠୁ ବଡ ତେଲ ଖଣିର ମାଲିକ। ତାଙ୍କ ଫ୍ୟାକ୍ଟ୍ରିରେ ଗୋଟାଏ ଦିନରେ ୧ ଲକ୍ଷ ୮୦ ହଜାର ବ୍ୟାରେଲ ତେଲ ତିଆରି ହୁଏ। ଗ୍ୟାସ ଏବଂ ତେଲ ରୁ ଏତେ ପଇସା ରୋଜଗାର ହେଉଛି ଯାହା ଯେତେ ଖର୍ଚ୍ଚ କଲେବି କମ ପଡ଼ି ଯାଉଛି। ମାନେ ସୁଲତାନ ପ୍ରତି ସେକେଣ୍ଡରେ କେବଳ ତେଲ ପ୍ରଡକ୍ସନ ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ସେଥିପାଇଁ କୁହାଯାଏ ତେଲ ଯେଉଁଠି ପଇସା ସେଇଠି।